ବର୍ଷା
ବର୍ଷା
ବୋଧେ ତୁମେ ସାଥି
କରି ଅଭିମାନ
ଯାଇଛ କେଉଁଠି ହଜି
ଯେତେ ଚେଷ୍ଟା କଲେ
ଆଜି ମୁଁ ଆତୁରେ
ପାରୁନି ତୁମକୁ ଖୋଜି।
ତୁମେ ଗଲା ପରେ
ମୋ ଜୀବନ ସର
ପଡ଼ିଅଛି ଶୁଷ୍କ ହୋଇ
ଶରୀର ରେ ମୋର
ଜୀବନ ଟା ଅଛି
ସୁଖ ବୋଲି କିଛି ନାହିଁ।
ତୁମ ସ୍ମୃତି ସବୁ
ଅସରା ଅଭୁଲା
ରଖିଛି ହୃଦେ ସାଇତି
ଛୋଟିଆ କଥାରେ
କରି ଅଭିମାନ
ସମ୍ପର୍କ କରନି ଇତି।
ମୋର କଥା ମାନ
ହେଜ ଅଭିମାନ
ଆସ ମୋ ଜୀବନେ ଫେରି
କଥା ମୁଁ ଦଉଛି
ରାଣ ମୁଁ ଖାଉଛି
ବାନ୍ଧିବି ସମ୍ପର୍କ ଡୋରି।
ସାଗର ପ୍ରଧାନ ,ଗଞ୍ଜାମ