ହୋଲି ଗୀତ -୨
ହୋଲି ଗୀତ -୨
ହୋଲି ଆସିଛିରେ ହରାଇ ହେମାଳେ
ହୃଦୟେ ହସ ହକାଳି
ପବନ ପାଛୁଡେ ପାଚିଲା ପତର
ପିକ ଫୁଙ୍କେ ପେଁକାଳି -୦-
ମିତ ମାତ ମଗନେ ମୌତ୍ସବେ
ବିତ୍ତ ଚିତ୍ତହୀତ ନୁହେଁ କେବେ
ମନୁ ମାରିଦିଅ ମିଛ ମାୟା ମୋହ
ସଜାଇ ସ୍ମୃତି ସୌରଭେ
ଦିଅ ଦରଶାଇ ଦୂରୁ ଦୂର ଦ୍ବାରୁ
ମାନବିକତା ମୁକାଳି -୧-
ଆସ ଆଜିଠାରୁ ଆବୋରିବା
ମାନି ମନୁଷ୍ୟତାକୁ ପାଇବା
ମହକାଇ ଦେବା ମହୀ ମହୋଲ୍ଲାସେ
ମରଣକୁ ମରାଇବ
ଗଢିବା ଗଗନଭେଦି ଗମ୍ଭୁଜଟେ
ବାଣ୍ଟିବା ନୋହି ବିକାଳି -୨-