Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayanti Sahoo

Fantasy Others

3  

Baijayanti Sahoo

Fantasy Others

ଫଗୁଣ ଫଗୁ

ଫଗୁଣ ଫଗୁ

1 min
491


ଆହା କି ! ସୁନ୍ଦର ମୃଦୁ ସମୀରଣ

ବହେ ଥିରିଥିରି ପ୍ରକୃତି କୋଳେ

ଦକ୍ଷିଣଦିଗରୁ ଚୋରା ବସନ୍ତଟା

ଫଗୁଣକୁ ଆଣି ଅବିରଖେଳେ ।

ଲାବଣ୍ଯସୁନ୍ଦରୀ ହଳଦୀବସନ୍ତ

ତା' ସାଥେ କେକୀର ସପ୍ତରାଗସ୍ବର

ମଧୁକରମତ୍ତେ ଉନ୍ମାଦିତ ଚିତ୍ତେ

ସ୍ବାଗତେ ଚିତ୍ରିତ ରୂପ ସମ୍ଭାର ।

ବନେ ଉପବନେ ପାଦପ ମଣ୍ତନେ

ନବ ପଲ୍ଲବିତ ରୂପେ ବିରାଜ

ପ୍ରଜାପତି ଉଡି ଫୁଲେଫୁଲେ ଝୁଲି

ଗୁଣୁ ଗୁଞ୍ଜରଣେ ଭ୍ରମର ସଜ ।

ପଳାସ ଓଠରେ ହସ ଆନମନା

ଚହଟଇ ମଲ୍ଲୀ ମଧୁମୂର୍ଛ୍ଛନେ

ଅଧିରେ ବିଭୋରେ କସିଆମ୍ବନାଚି

ରଙ୍ଗଖେଳିବାକୁ ପକାଏ ମନେ ।

ପଞ୍ଚୁଦୋଳପର୍ବେ ଆସନ୍ତି ଗୋବିନ୍ଦ

ପ୍ରତିଟି ହୃଦୟ ଜିଣି ବିମାନେ

ଆସ ସର୍ବେ ମିଳି ଫଗୁଣ ଫଗୁରେ

ଖେଳିବାକୁ ରଙ୍ଗ ଆନନ୍ଦ ମନେ ।

ଚୋରା ଚଇତିର ପହିଲି ଛୁଆଁରେ

ନାଲି,ନେଳି ରଙ୍ଗ ମାରି ପିଚକାରି

ଖିଲିଖିଲି ହସି ହସାଇ ସଭିଙ୍କୁ

ମେଳିହୋଇ ଖେଳି ଫଗୁ ଚାଚେରୀ ।

ବୈଜୟନ୍ତୀ ସାହୁ ,

ନରସିଂହପୁର,ଶ୍ରୀରାମନଗର

ପିପିଲି,ପୁରୀ


Rate this content
Log in

Similar oriya poem from Fantasy