Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Comedy Inspirational

3  

Sanjay Kumar

Comedy Inspirational

ପରିବାର ଓ ପରିବେଶ

ପରିବାର ଓ ପରିବେଶ

1 min
13.7K


ପିଲାଙ୍କର ଏବେ ସମରଭେକେସନ,
ତା ସହ ଚାଲିଛି ମିଆରେଜ ସିଜନ ।
ବରଯାତିରୀ ହବାକୁ
ଯାଇଥେଲି ପୁରକାନ,
ବରଟି ପା ଥିଲା ମୋ କଜିନ ॥

ରିଲେଟିଭମାନେ
ମୋ ପାଶେ ହେଲେ ଏକଜୁଟ,
ବସାଇ ଦେଲେ ଏକ ମିଠା ପକେଟ ।
ବୁଝାଇକହିଲେ ତାର ସରିଲା
ସେ ତୋଠୁ ଛୋଟ,
ତୋ ପାଳି କେବେ
ସମସ୍ତେ ହବା ପୁଣି ଭେଟ ॥

ସଡନ ଏଭଳି ପ୍ରଶନ
ମୋତେ ଆଶ୍ଚର୍ଯ୍ୟ ଲାଗିଲା,
ଇଣ୍ଟରଭୁ ରେ ବସିଲାଭଳି
ଫିଲ ହେଲା ।
ଧିର ଚିତ୍ତରେ ବୁଝାଇବାକୁ ପଡ଼ିଲା,
ଈଶ୍ୱର ଯାହା କରନ୍ତି
ସବୁ ପ୍ରାଣୀର ଭଲା ॥

ଭାଈଟି ଥିଲାମୋର ଛ ଫୁଟିଆ,
ବରବେଶେ ଦାଣ୍ଡେ ହୋଇଲା ଠିଆ ।
ଏ ବେଶେ ଦେଖିବାକୁ ବଡ଼ମିଆଁ,
ସମସ୍ତେ ହୋଇଯାଇଥିଲେ
ଉପର ମୁହାଁ ॥

ଧିର ସୁସ୍ଥରେ ଗାଡ଼ି ଗଡ଼ିଲା,
ଡିଜେ ତାଳେତାଳେ ପାଦ ଟଳିଲା ।
ଆତାଶବାଜିରେ ବ୍ରହ୍ମାଣ୍ଡ କମ୍ପିଲା,
ବାୟୁ ପ୍ରଦୂଷଣ ସହ ଧ୍ୱନି ପ୍ରଦୂଷଣ
ଯୋଡ଼ି ଜମିଲା ॥

ବରଯାତିରୀ ଚାଲିଥାନ୍ତି ଧାଡ଼ିକି ଧାଡ଼ି,
ତାଙ୍କ ସହ ଯୋଗଦେଇଥିଲେ
କିଛି ଲେଏଡି ।
ବୋତଲମାନେ ହଉଥିଲେ ଗଡ଼ାଗଡ଼ି,
ମୁଁ ଚାଲିଥାଏ ଦି ହାତ ଛାଡ଼ି ॥

ପାଖେ ଯାଉଥିଲେ
ଇନ ଲ ସିଷ୍ଟର,
ଥିଲେ ସବୁଠୁ ସେ ସିନିଅର ।
ପଚାରିଲି ତାଙ୍କୁ
ବିବାହ ପାଇଁ ଏହା ନିତାନ୍ତ ଦରକାର,
କହିଲେ ଶୁଣହେ ମୋ ଦିଅର,
ଆଜିକାଲି ମ୍ଯାରେଜ ହଉନି
ଉଇଦାଉଟ ବିଅର ॥

ନଷ୍ଟ ହଉପଛେ ପରିବେଶ ଆଉ ପରିବାର,
ନିଜକୁ ମିଳୁଛି ସୁଖ ସରଗର ।
ଏବେ ବୁଝିଲି
ଏହା ଉତ୍କଳମଣିଙ୍କ ଓଲଟା ବିଚାର,
ସଚେତନ ହବା
ନିଜ ସହ ରକ୍ଷା କରିବା ପରିବେଶର ॥

 

 


Rate this content
Log in

Similar oriya poem from Comedy