Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୦୪

ଜୀବନ ଗୀତା-୪୦୪

1 min
365



ଜୀବନରେ ସବୁ ଛାଡି

ଆସିବାକୁ ହୁଏ

ପିଲାଦିନ ଯଉବନ

କାହିଁ ଲୁଚିଯାଏ

ହେଲେ ତା ସୁରଭି ଟିକ

ଖାଲି ରହିଯାଏ ॥୦॥

ସମୟର ସ୍ୱର ଶୁଭଇ କେବଳ

ଦୂର ନାଉରିଆ ଗୀତ ପରି

ଯୋଗୀ କେନ୍ଦରାରେ କରୁଣ ସୂରରେ

ଗୋବିନ୍ଦ ଚନ୍ଦ୍ରର କଥା ଭଳି

ମାନସ ପଟରେ ଖାଲି

ଶୁଭି ଯାଉଥାଏ ॥୧॥

ପିଲାଦିନ ସ୍ମୃତି ଯଉବନ ତାତି

ପିଛା କେବେହେଲେ ଛାଡେନାହିଁ

ପଉଷ ପତର ପଳିତ ଦେହରେ

ରହିଯାଏ ପଦେ ଗୀତି ହୋଇ

ସ୍ମୃତିରେ ସ୍ମୃତିରେ ସେ ତ

ଉଙ୍କି ମାରୁଥାଏ ॥୨॥


Rate this content
Log in