Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Chandra Dash

Children

3  

Sarat Chandra Dash

Children

ମେଘ ବରଷୁଛି

ମେଘ ବରଷୁଛି

1 min
7.1K


ମେଘ ବରଷୁଛି

 

ଶରତ ଚନ୍ଦ୍ର ଦାଶ

 

ମେଘ ବରଷୁଛି, ବିଜୁଳି ମାରୁଛି

       ଗରଜଇ ଘଡ଼ଘଡ଼ି,

ପିଲାଏ ଭସାନ୍ତି କାଗଜଡଙ୍ଗା ଯେ

       ପାଣି ଚାଲେ ଗଡ଼ିଗଡ଼ି ।

ଓଦାମୋଦା ହୋଇ ଦାଣ୍ଡରେ ଖେଳନ୍ତି

       ମାଆ ପାଟି କରି ଡାକେ,

ହେଲେ ବି ମାଆର ଆକଟକୁ କେହି

       କାନ ନଦିଅନ୍ତି ଟିକେ ।

ବରଷା ପାଣିରେ ଭିଜିବାର ମଜା

       ପିଲାଙ୍କୁ ଲାଗଇ ଭଲ,

ତା’ପରେ ପିଲାଏ ଥଣ୍ଡା, କାଶ, ଜରେ

       ହେଉଥାନ୍ତି କଲବଲ ।

ଏଥି ପ୍ରତି ପିଲା ନହେଲେ ସତର୍କ

       ଯନ୍ତ୍ରଣା ଭୋଗିବା ସାର,

ମାଆ କଥା ମାନି ଚଳିଲେ ପିଲାଏ

       ହେବେନାହିଁ ହରବର ।

      

ମାଣ୍ଡିଆ, କେନ୍ଦ୍ରାପଡ଼ା

ଫୋନ୍-୯୦୪୦୪୩୪୮୨୩

*****


Rate this content
Log in

Similar oriya poem from Children