ହସନ୍ତା ମଶାଣି ଭୂଇଁ
ହସନ୍ତା ମଶାଣି ଭୂଇଁ
ମଶାଣି କାନ୍ଦୁଛି ଆକୁଳ ଅନ୍ତରେ
ଆଖିରୁ ଝରେ ତା' ଲୁହ,
କେହି କେବେହେଲେ ଦେଖିଛକି କୁହ
ତା' ବୁକୁ ତଳର କୋହ ?
ଷୋହଳ ସଂସ୍କାର ମାନବ ଜୀବନେ
ଏଇ ଧରା ପରେ ହୁଏ,
ଶେଷ ସଂସ୍କାରଟି ମଶାଣି ଭୂଇଁରେ
ଡହ ଡହ ନିଆଁରେ ପରିସମାପ୍ତି ପାଏ ା
ଶବକୁ ସଂସ୍କାର କରିଦେଲା ପରେ
ମଶାଣିକୁ ଯାଅ ଭୁଲି,
କୁଢ କୁଢ କାଠ ଅଙ୍ଗାର ପାଉଁଶ
ତାକୁ ଛାଡି ଆସ ଚାଲି ।
ସେଇ ମଶାଣିରେ ଗଛଟିଏ ଲଗାଇ
ତା'ର ଯତ୍ନ ଯଦି ନିଅନ୍ତ,
ଶବଟିଏ ଯଦି ସଂସ୍କାର କରନ୍ତ
ତା' ମୂଳରେ ତୁମେ ଛାଇକି ନ ପାଆନ୍ତ ?
ତୁଳସୀ ଲଗାଇ କୁସୁମ ଫୁଟାଇ
ଉପବନ ଯଦି କରନ୍ତ,
ମଶାଣିକୁ ଆଉ ଡର ନ ଥାଆନ୍ତା
ତୁମେ ତୁଳସୀ ତୁଳସୀ ବାସନ୍ତ ।
ସେ ଛାଇରେ ଟିକେ ବସିଗଲେ ତୁମେ
ପୂର୍ବଜଙ୍କୁ ମନେ ପକାଇ,
ସବୁ ଦୁଃଖ ତୁମ ଲାଘବ ହୁଅନ୍ତା
ହସନ୍ତା ମଶାଣି ଭୂଇଁ ା