Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Susil Pani

Inspirational Abstract

2  

Susil Pani

Inspirational Abstract

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
7.0K


ଧର୍ମ

**

ଧର୍ମ ଏକା ସିନା ମହତ ପଣିଆ ,

ଆଉ ସବୁ କଥା ଅଢେଇ ଦିନିଆ ।।

ଦିନେ ଆସିଅଛୁ ଦିନେ ତୁ ଯିବୁ ,

ଗଲା ବେଳେ ସାଥେ କଅଣ ନେବୁ ।।

ଏକା ଜଗନ୍ମାଥ ନାମଟି ସାର ,

ଆଉ ସବୁ କଥା ତୁଛା ମିଛର।।

ସତ୍ୟ ଜଗନ୍ମାଥ ମିଛ ସଂସାର ,

ଲୋଭ ମୋହ ମାୟା ଭରା ଜୀବନ ତୋର ।।

ଘଟୁଚି ଘଟିଚି ଘଟିବ ଯାହା ,

ସବୁ ଜଗନ୍ମାଥଙ୍କର ଏ ମାୟା ।।

ମୁଁ ମୁଁ ମୋର ମୋର କହି ଯାହାକୁ କରୁ ଆଦର ,

ଘଟରୁ ପ୍ରାଣ ଛାଡିଲେ ସବୁ ହେବ ନାରଖାର ।।

କେତେ ଦିନ ପାଇଁକି ମନ ବାନ୍ଧିଛୁ ଆଣ୍ଟ ,

କି ଘେନି ଯିବୁ ଧନ ପୁରିଲେ ଆୟୁଷ ।।

ଯାହା ଅର୍ଜନ କରିଛୁ ଏହି ମହୀରେ ,

ଛାଡି ଯିବୁ ତୁ ସର୍ବ ଏହି ଧରାରେ ।।

ଆସିଛୁ ନିବସ୍ତ୍ର୍ର ହୋଇ ଯିବୁ ତୁ ସେମିତି ,

ଯାହା ଅର୍ଜିଥିବୁ ପୂଣ୍ୟ ସାଥୀ ଦେବ ଯେ ସ୍ବର୍ଗେ ଟି ।।

କାହାକୁ କେବେଟି ମନ ନ କରିବୁ ହେୟ ,

ଛୋଟ ପିମ୍ପୁଡି କାମୁଡିଲେ କଷ୍ଟ ଦିଅଇ ଶରୀର ।।

ଛୋଟ ବଡ ନ ଭାବିକି ସତ୍ୟ ପଥେ ଚାଲ ,

ସତ୍ୟର ସମ କେହି ନୁହଁନ୍ତି ସମତୁଲ ।।

ସତ୍ୟ ଶାନ୍ତି ଦୟା କ୍ଷମା ଭାବ ଯେ ଆଦର ,

ସତ୍ୟ ସାଥେ ସଦାଥାନ୍ତି ଜଗତ ଠାକୁର ।।

ସୁଶୀଲ୍ ପାଣି (ସିଲୁ)


Rate this content
Log in