Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

2  

Binaya Bhusan Panigrahi

Others

"ଧନରେ,ଆ ମୋ'କୋଳକୁ ଆ"

"ଧନରେ,ଆ ମୋ'କୋଳକୁ ଆ"

1 min
1.8K


◆ଧନରେ,ଆ ମୋ'କୋଳକୁ ଆ◆

=================

ଆଜି ପୁଣି ଭାରି ଇଛା ହେଲା

ବୁଣିବାକୁ ଶବ୍ଦର ସୁନ୍ଦର କାନୀଟେ

ଯେଉଁଥିରୁ ଭାସି ଆସୁଥିବ

ଭିଜାଭିଜା ମମତାର ମିଠାମିଠା ବାସ୍ନା,

ଲୁଣିଆ ଝାଳର ମଧୁର ମହକ।

ଯେଉଁ କାନୀ ଲମ୍ବିଥିବ

ମର୍ତ୍ତ୍ୟରୁ ଅମରାବତୀକୁ,

ଯେଉଁଥିରେ ଗୁନ୍ଥିହେଇ ଗୁଣୁଗୁଣୁ କରୁଥିବେ

ଆକାଶର ସବୁଯାକ ତାରା

ଶୁଭୁଥିବ, ମାଆ'ମୋ ଡାକୁଛି ସତେକି ,

"ଧନରେ,ଆ ମୋ'କୋଳକୁ ଆ।"


ସେ କାନୀକୁ ଛୁଇଁଦେଲେ

ଅପସରି ଯାଉଥିବ ଦୁନିଆ ଯାକର ଦୁଃଖ,

ଖାଲି ପେଟରେ ନଥିବ ଟିକିଏ ଭୋକ,

ଡ଼ରମାନେ ଡ଼ରୁଥିବେ ମାଡିବାକୁ ପାଖ।


ଜମାରୁ ସହଜ ନୁହେଁ

ଏତେବଡ଼ ଆକାଶକୁ ବାନ୍ଧି ପକାଇବା

ଫର୍ଦ୍ଦେମାତ୍ର ସାଦା କାଗଜରେ ।

ଲାଗିଲା,ସେଇସବୁ ଶବ୍ଦ ମାନଙ୍କ ଦେଇ

ଶାଗ ବି ସିଝିବ ନାହିଁ।

ଫିଙ୍ଗିଦେଲି ଆଖିବୁଜି ଅନ୍ଧାରକୁ

ଗୋଟିଏ ଗୋଟିଏ କରି ଗୋଟେଇଥିବା

ଅଳ୍ପକିଛି ଶବ୍ଦର ପୁଞ୍ଜିକୁ।


ଏ କଣ ! ଏମିତି କେମିତି ହେଲା !!

ମାଆ ମୟ ଦିଶିଲା ଆକାଶ ,

ମାଆ ମାଆ ଦୁନିଆ ବାସିଲା,

ଅହରହ କାନକୁ ଶୁଭିଲା,

"ଧନରେ,ଆ ମୋ'କୋଳକୁ ଆ।"

====©====

ବିନୟ ଭୂଷଣ ପାଣିଗ୍ରାହୀ( ମିଟୁ)

ହରସିଂହ ପୁର,ପିରହାଟ, ଭଦ୍ରକ

୯୯୩୮୫୪୮୪୩୧

୯୪୩୮୬୭୦୧୨୦

(ଏସ-୫/୩୪୨,ନୀଳାଦ୍ରି ବିହାର,

ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର-୨୧)


Rate this content
Log in