ଜୀବନ ଗୀତା-୪୪୪
ଜୀବନ ଗୀତା-୪୪୪
ଜୀବନ ସର୍ବଦା ଆତ୍ମସ୍ୱାର୍ଥରେ
ଜୁଡୁବୁଡୁ ହୋଇରହେ
ବିବେକ ରୂପୀ କଷଟି ପଥର
ପରୀକ୍ଷା ତ ନେଉଥାଏ ॥୦॥
ବୁଝାମଣାର ପରଶ ଥରେ
ଜୀବନ ଗଲେ ପାଇ
ଅସାର ସବୁ ଲାଗଇ ସ୍ୱାର୍ଥ
ଉଭେଇ ଯାଏ କାହିଁ
ନୀତି ଆଦର୍ଶ ଓ ମୂଲ୍ୟବୋଧର
ମୂଳଦୁଆ ପଡିଯାଏ ॥୧॥
ଦୂରତା କମେ ହୃଦୟ ମଧ୍ୟେ
ମନକୁ ମନ ଯୋଡେ
ଲୁହଲହୁର କାହାଣୀ ଇତି
ପୂର୍ଣ୍ଣଚ୍ଛେଦ ଯେ ପଡେ
ଅବୁଝାମଣାର ବିଷ ବଳୟ
ମନଠୁଁ ଦୂରେଇ ଯାଏ ॥୨॥