Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Inspirational

2  

SARATA KUMAR DAS

Inspirational

ଦୁଃଖର ପରିଧି

ଦୁଃଖର ପରିଧି

1 min
7.0K


ଝର୍କା

ଆରପଟେ ବର୍ଷା

ଅମାନିଆ ବାଦଲଙ୍କ ଘୋଡା ଦୌଡ

ହୁଏତ ଝଡର ସୂଚନା ,

ଭିତରଟା ଖୁବ୍ ଗୁମସୁମ୍

କଳା ମଚ୍ ମଚ୍ ଅନ୍ଧାରର

ଏକଛତ୍ର ଶାସନ।

ତା ଭିତରେ ମୁଁ

ମୋ ଭିତରେ

ବିଜୁଳିର ଚମକ

ବରଂ ହୋଇପାରେ

ଭୂମିକମ୍ପର ପୂର୍ବାଭାସ ।

ଏ ଜାଗତିକ ସଂସାରର

ମୋହ ମାୟା ଜଂଜାଳର

ଶୃଙ୍ଖଳରେ ବନ୍ଦୀ ମୁଁ

ଆଉ ବନ୍ଦୀ ମୋର

କୋଟି କୋଟି ଆଶାର ଆଲୋକ।।


ହୃଦୟର ପ୍ରତିଟି ତନ୍ତ୍ରୀରେ

ରକ୍ତର ପ୍ରତିଟି ବିନ୍ଦୁ ରେ

ରାଶି ରାଶି ଯନ୍ତ୍ରଣା ର

ମାରାଥନ ଦୌଡ,

ମୁଣ୍ଡ ଉପରେ ଝୁଲନ୍ତା

ବାରହାତ ଖଡ୍ଗର

ଲାଲ୍ ଟହ ଟହ ଜିହ୍ବ

ତା ତଳେ ମୁଁ--------

ମୋ ପାଦତଳ ମାଟିର

ଜରାଜୀର୍ଣ୍ନ ରୂପ,

ଆଶାହୀନ ପୃଥିବୀର

ଚୌହଦୀ ମଧ୍ୟରେ

ନୈରାଶ୍ୟର ଖିଲି ଖିଲି ହସ ।।


ଅଭିଶପ୍ତ ଲାଗେ ଜୀବନଟା ଯାହା

କେତେବୁନ୍ଦା ଲୁହ ଓ ଲହୁର ଅଙ୍କ କଷା

କେତେବେଳେ ସଜଫୁଟା

ଗୋଲାପର ମହ ମହ ବାସ୍ନା ତ

ପୁଣି କେତେବେଳେ

ଅକସ୍ମାତ୍ ବଜ୍ରପାତ ।।


ଦୁଃଖର ସାମ୍ରାଜ୍ୟ ଘେରରେ

ଜୀଇଁବା ମରିବା ଫରକ୍ ନଥାଏ

ମୁହଁ ଖୋଲିଲେ ଦୁଃଖ

ମୁହଁ ବନ୍ଦରରେ ବି ଦୁଃଖ

ହସରେ ବି ଦୁଃଖ

ଲୁହରେ ବି ଦୁଃଖ

ଅପହଂଚ ଦୁଃଖର ପରିଧି

ତତ୍ତ୍ବଦର୍ଶୀ ଦୁଃଖର ଚେତନା

ଅତିନ୍ଦ୍ରୀୟ ଦୁଃଖର ଭାବନା

ଭିନ୍ନ ଯାହା ରୂପ ରଂଗ ରସ ।।


Rate this content
Log in

Similar oriya poem from Inspirational