Audio

Forum

Read

Contests

Language


Write

Sign in
Wohoo!,
Dear user,
ବନ୍ଧୁତା
ବନ୍ଧୁତା
★★★★★

© Rajesh Kumar Jain

Comedy

1 Minutes   6.7K    4


Content Ranking

ବନ୍ଧୁତା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଏ ଯୁଗେ ବିନା ସ୍ୱାର୍ଥେ

       ସାଥିରେ ଯାଆନ୍ତିନି ମୁତି,

ବନ୍ଧୁତା କଥା ଏଠି କହିବା

       ନେତାଙ୍କ ନିର୍ବାଚନ ପ୍ରତିଶ୍ରୁତି !

ସକାଳେ ଲାଗେ ପୀରତି,

ସନ୍ଧ୍ୟାରେ ଜଳେ ନାଲି ବତି,

ବିଶ୍ୱାସ ଏଠି ପାଗଳା ହାତୀ,

ହୃଦୟେ ରାବଣ ନୀତି ।

ବାଣ୍ଟିପାରିଲେ ଲକ୍ଷ୍ମୀପୀରତି,

ମିଶିଯିବ ଛାତିକୁ ଛାତି,

ଓଲମବିଲମର ଟିକିଏ ଗତି,

ନିମିଷକେ ଶେଷ ସବୁ ଭକତି ।

ହୋଇଯାଅ ବର୍ଷାରେ ଛତା,

ହୃଦୟେ ବିଶ୍ୱାସ ନିର୍ମଳ ଲତା,

ଛାଡ଼ନାହିଁ ନ ଜଳିଛି ଚିତା,

ସତ ହେବ କୃଷ୍ଣ-ସୁଦାମା କଥା ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****

ବନ୍ଧୁତା

Rate the content


Originality
Flow
Language
Cover design

Comments

Post


Some text some message..