Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

3  

SIPRA NAMTA

Others

କିଏ ତୁମେ ??

କିଏ ତୁମେ ??

1 min
7.4K



କିଏ ତୁମେ ?

^^^^^^^^^


କେବେ ତୁମେ ମୋ ଆଖି ରେ

ଅଞ୍ଜନ ଟିକେ ନେସି ଦେଇ କୁହ .......

ଦେଖି ପାରୁଛୁ ତ ଦେଖି ନେ

ତୋ ଡୋଳା ର କଳା ପିତୁଳା ରେ

ଛବିକୁ ମୋ ବାନ୍ଧିନେ

ସାଇତି ରଖ ସବୁଦିନ ପାଇଁ ,

ହାତଛଡା ନ ହେବା ପାଇଁ

ଆଙ୍କି ନେ ,

କୁହ .....କିଏ ... ତୁମେ ??


କେବେ ଭସା ବଉଦର କଳା ଓଢଣୀ ରେ

ଢାଙ୍କି ଦେଇ କୁହ ........

ଯେତେ ଅଭିମାନ ବୁହାଇ ଦେ

ଝର ଝର ହୋଇ ଝରିଯାଉ କଲିଜା ରୁ

କେବେ ଆଉ ଦୋଷ ଦେବୁନି

ତୋ ଆଖିରେ ପାଣି ନାହିଁ ବୋଲି ,

ମୋତେ ଭିଜାଇବା ପାଇଁ

ଭିଜି ନେ ,

କୁହ ......କିଏ .....ତୁମେ .....?


କେବେ ପ୍ରଚଣ୍ଡ ରୌଦ୍ର ର ଡହ ଡ଼ହ ତାତି ରେ

ଜଳାଇ କୁହ......

ଝାଳ ନିଗାଡି ବାହାର କରିଦେ

ମନ ର ସବୁ ମଇଳା ,ବିଦ୍ୱେଷ ,ଘୃଣା କୁ

ପ୍ରେମ ର ବିରହ ରେ ଜଳିବା ଶିଖ ,

ଅନୁରାଗ ର ,ପ୍ରତ୍ୟୟ ର ମଞ୍ଜି ବୁଣି

ଚାରା ଟିଏ ରୋପି ଦେ

କୁହ ......କିଏ..... ତୁମେ .....?


ଗଛ ରେ ପତ୍ର ଠୁଁ ଫୁଲ ଫଳ ଚେର ରେ

ମୃତ ସଂଜୀବନୀ ଦେଇ କୁହ........

ଯେ ସ୍ପନ୍ଦନେ ଖେଳେ ଅରୁଣୀମା ,

ଯେ ଵାସ ରେ ବଶ ଏ ଜଗତ

ଯେ ସ୍ୱାଦ ରେ ଅମୃତ ପରଶ

ପାରୁଛୁ ଯଦି ଚିର ସୁନ୍ଦର କରି ରଖ

ସେଇ ତ ଜୀବନର ଅମୂଲ୍ୟ ସମ୍ପଦ

କହିବୁନି ମୁଁ କିଛି ଦେଇନାହିଁ ବୋଲି

ମୃତ ଘଟେ କାୟା କଳ୍ପ କରିନେ

କୁହ ....କିଏ ....ତୁମେ ......?


------ --- --- -------


ସିପ୍ରା ନାମତା ,ନମ୍ରତା

ବାରିପଦା




Rate this content
Log in