Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Romance

5.0  

ବି. ନିରୁପମା

Classics Romance

ତୁମ ପ୍ରିୟସଖୀ କୃଷ୍ଣା

ତୁମ ପ୍ରିୟସଖୀ କୃଷ୍ଣା

1 min
581



କେଶବ ହେ ମୋତେ କରିନିଅ ଥରେ

ତୁମ ପ୍ରିୟସଖୀ କୃଷ୍ଣା ,

ଏ ଜୀବନେ ମୋର ଖେଳିଯିବ ଦେବ

ସଦ୍ୟ ଶେଫାଳିର ବାସ୍ନା।


ତୁମ ସହ ମୋର ଅଛି ଯେଉଁ ଭାବ ,

ମୁହଁ ଖୋଲି କିବା କହିବାକୁ ହେବ !

ଡାକିବି ହେ ସଖା,ମୋ ପ୍ରାଣ ବାନ୍ଧବ

ମେଣ୍ଟିଯିବ ସବୁ ତୃଷ୍ଣା ।


କେଶବ ହେ ମୋତେ କରିନିଅ ଥରେ

ତୁମ ପ୍ରିୟସଖୀ କୃଷ୍ଣା ।


ତୁମେ ଇଚ୍ଛାକଲେ ମୋ ଜୀବନ ପଥ,

ଅନ୍ଧାର ନ ହୋଇ,ହେବ ଆଲୋକିତ!

ତନୁ,ମନ ସଦା ହେବ ପୁଲକିତ

ଝରିଲେ କରୁଣା ଜ୍ୟୋତ୍ସ୍ନା।


ଏ ଜୀବନେ ମୋର ଖେଳିଯିବ ଦେବ

ସଦ୍ୟ ଶେଫାଳିର ବାସ୍ନା ।


କେଶବ ହେ ମୋତେ କରିନିଅ ଥରେ

ତୁମ ପ୍ରିୟସଖୀ କୃଷ୍ଣା ,

ଏ ଜୀବନେ ମୋର ଖେଳିଯିବ ଦେବ

ସଦ୍ୟ ଶେଫାଳିର ବାସ୍ନା।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Classics