Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ଦୁଃଖକୁ ବି ଲାଗିବ ଦୁଃଖ

ଦୁଃଖକୁ ବି ଲାଗିବ ଦୁଃଖ

1 min
135



ହେ ଦୁଃଖ

ତୁମେ ଆସିଛ

ସ୍ୱାଗତ ଜଣାଉଛି

କାରଣ

ତୁମେ ମୋର ଅତିଥି

ତୁମର ସବୁ ସର୍ତ୍ତ ମୁଁ ମାନି ନେଉଛି

ସବୁ ଅତ୍ୟାଚାରକୁ

ମୁଣ୍ଡପାତି ସହି ନେଉଛି

କାରଣ

ମୁଁ ଶିକ୍ଷା ପାଇଛି

ଅତିଥି ଭଗବାନ

ଅତିଥି ଦେଵୋଭଵ

ହଁ ମୋର ବି ଏକ ସର୍ତ୍ତ ଅଛି

ତୁମେ ଫେରିବା ପରେ ଆଉ ଆସିବନି

ଆଉ ଯଦି ଆସିବ ନା

ହୁଏତ

ଧୌର୍ଯ୍ୟ ଭାଙ୍ଗିଯିବ

ଆଶା ଲିଭିଜିବ

ହଁ ଏୟା ବି ହେଇପାରେ

ଆତ୍ମା ଚାଲିଯିବ

ଆଉ ତୁମର ଆତିଥ୍ୟ ସ୍ୱୀକାର କରିବାକୁ ମୁଁ ନଥାଇପାରେ

ଆଉ ସେତେବେଳେ

ତୁମେ ଦୁଃଖ ହେଲେ ବି

ନିଶ୍ଚୟ ଦୁଃଖ ଲାଗିବ

ମୋର ଅନୁପସ୍ଥିତ ପାଇଁ



Rate this content
Log in