Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Abstract

1.0  

Shiba Charan Mahapatra

Abstract

ଏ ଆଖିକୁ ଭରଷା କରିବ କିଏ

ଏ ଆଖିକୁ ଭରଷା କରିବ କିଏ

1 min
479


ଏ ଆଖିକୁ ଭରଷା କରିବ କିଏ ??

କେବେ କାନ୍ଦୁ କାନ୍ଦୁ ହସିଦିଏ 

କେବେ ହସୁ ହସୁ କାନ୍ଦି ଦିଏ ।


ସୁନେଲି ସକାଳେ ହଳଦୀ ସ୍ନାହାନେ 

ମଧୂଝରା ଗୀତ ଗାଏ 

ପ୍ରିୟତମ ପ୍ରିତି ଫଗୁ ଅବିରରେ  

ସାରା ଅଙ୍ଗ ବୋଳିହୁଏ ।


ପୁଣି, ଲୋତକ ନିଗାଡୁ ଥାଏ

ପହିଲି ପୁଲକେ ମଧୁକର ସ୍ପର୍ଶ 

ମଧୁ ଯେବେ ଲୁଟିନିଏ ।


ଏ ଆଖିକୁ ଭରଷା କରିବ କିଏ ??


ଲାଜର କଜଳ ଆଖି ପଥଧାରେ 

ନଇଁ ନଇଁ ଯେବେ ଯାଏ

ଚାହାଣୀ କମାଣ ନରମ ହୃଦୟ 

ଛାତି ଚିରି ନିତି ଧାଏଁ ।


ଏ ଆଖିଟି ଅବୁଝା ହାଏ

ଯେତେ ପଢିଲେ ବି ପ୍ରେମ ବର୍ଣ୍ଣବୋଧ 

ନିତି, ଅଧ୍ୟାୟ ପ୍ରାରମ୍ଭ ହୁଏ ।


ଏ ଆଖିକୁ ଭରଷା କରିବ କିଏ ??


ଆଖି ହିଁ ଦେଖାଏ କେତେ ସତ ମିଛ

ନିଜଠୁ ନିଜର ଯିଏ

ସେଇ ଆଖି ପୁଣି ସାତପର କହି 

ଧୋକ୍କା ଦେଇ ଚାଲିଯାଏ ।


କରୁଣ ରାଗିଣୀ ବହେ  

ମଧୂବନ କୁଞ୍ଜ କାନନେ ବିକ୍ଷିପ୍ତ 

ବାତୁଳ ରାଧିକା ପ୍ରାୟେ ।


ଏ ଆଖିକୁ ଭରଷା କରିବ କିଏ ?? 

କେବେ କାନ୍ଦୁ କାନ୍ଦୁ ହସିଦିଏ 

କେବେ ହସୁ ହସୁ କାନ୍ଦି ଦିଏ ।



Rate this content
Log in

Similar oriya poem from Abstract