Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଚକାନୟନ

ଚକାନୟନ

1 min
802


ଚକାନୟନ

ସମୟର ସୁଅ ବଡ ଯେ ବିଚିତ୍ର
ଚକାନୟନ ତୁ ଭଜ,
ଭଜି ନପାରିଲେ ଏ ଭବ ସାଗରେ
ପାଇବନି ତାର ଖୋଜ l

ଚନ୍ଦ୍ର, ସୂର୍ଯ୍ୟ ତାର ବେନି ନୟନରେ
କି ସୁନ୍ଦର ଶୋଭା ଦିଶେ,
ଅଧର ଭିତରେ ବିଶ୍ୱକୁ ରଖିଛି
ସଂସାରର ଦୁଃଖ ନାଶେ l

କାଳିଆ ମୁଁହଟି ଦୂରରୁ ଝଲକେ
ଭକ୍ତ ମନ ଟାଣି ନିଏ,
ତାର ତୁଳସୀରେ କି ଅମୃତ ଅଛି
ସବୁ ପାପ କ୍ଷୟ ହୁଏ l

ବେନି କରେ ତାର ଶଙ୍ଖ, ଚକ୍ର ଚିହ୍ନ
କୋଳାଗ୍ରତ କରି ନିଏ,
ରସିକ ନାଗର ନଟ କୁଟିୟା ସେ
ମାୟା ଜାଲେ ବାନ୍ଧି ଦିଏ l

ଷାଠିଏ ପଉଠି ଭୋଗକୁ ଖାଇଣ
ନିତି ନାଟ କରୁଥାଏ,
ତାର ଆରାଧନା ଉପାସନା କଲେ
ଭୋକିଲା ନୋହିବ କିଏ l

ସୁକାନ୍ତି ହୋତା
ତାଳଚେର
7008819476


Rate this content
Log in