ବେସୁରା ଗୀତି-୭୫୮
ବେସୁରା ଗୀତି-୭୫୮
1 min
6.6K
ବର୍ଷା ଲୋ ତୋର ନହୁଲି ପାଦର
ଶବଦ ଶୁଣିବା ପାଇଁ
କେତେ କାନେଇଛି ନୀରବ ରାତିରେ
ଆକାଶକୁ ଚାହିଁ ଚାହିଁ ॥
କେତେବେଳେ ତୁ ତ ବରଷି ଯାଉଛୁ
କେବେଳେ ଶୁଖିଲା ଭୁଇଁ
ଦେଇନାହୁଁ ଥରେ ତୋର ପ୍ରୀତି ଛୁଆଁ
ଯାଇଛୁ ନିରବ ହୋଇ ॥
ଜୀବନରେ କେତେ ଖାଲ ଖମା ରାସ୍ତା
ହୋଇ ଗଲାଣି ମୁଁ ପାରି
ତଥାପି କାହିଁକି ବର୍ଷା ତୋ ପାଇଁ
ହେଉଛି ମୁଁ ଏତେ ସରି ॥
ଜୀବନର ରାସ୍ତା ତୁ ପରା ବରଷା
ତୋ ବିହୁନେ ସୃଷ୍ଟି ନାଶ
ତୁ କିନ୍ତୁ ସାଥିରେ ଝଡ ନେଇ ଆସୁ
ବହିଜାଏ ଅଣଚାଶ ॥
ମଧୁରେ ମଧୁରେ ବରଷି ଯାଆ ଲୋ
ପରିପୂର୍ଣ୍ଣ ହେଉ ସୃଷ୍ଟି
ନହେଲେ କେଜାଣେ କେଉଁ ମୂହୁର୍ତ୍ତ ରେ
ହୋଇ ଯାଇ ପାରେ ଇତି ॥