Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

3  

SARATA KUMAR DAS

Others

ରଙ୍ଗ

ରଙ୍ଗ

1 min
176



ପ୍ରୀତି ସୁଗଂଧେ ଫଗୁଣ କୁଂଜେ

ମୁଗ୍ଧ ମଳୟ ପ୍ରଣୟ ପୁଂଜେ

ଧରିତ୍ରୀ ସ୍ମିତ ହସେ

ରଙ୍ଗର ଢେଉ ମୂର୍ଚ୍ଛନା ତୋଳେ

ଶୁଷ୍କ ହୃଦୟେ କମ୍ପନ ଖେଳେ

ପ୍ରେମର ମଧୁମାସେ ।।


ବଂଶୀର ସୁର ଚମକ ଭରା

ମନ୍ତ୍ରର ଧ୍ବନି ପୁଣ୍ୟ ପସରା

ଚହଲିଯାଏ ମନ

ଭ୍ରାତୃତ୍ବ ଭାବ ସ୍ନିଗ୍ଧ ମହକ

ଆମ୍ର କାନନେ କୋକିଳ ଡାକ

ଐକ୍ଯର ତପୋବନ ।।


ରଙ୍ଗ ଅବିର କୋମଳ ସ୍ପର୍ଶ

ସ୍ନେହ-ସଂପର୍କ ଦୀପ୍ତି ଉତ୍କର୍ଷ

ସିକ୍ତ ହୁଅଇ ପ୍ରାଣ

ଗୁଂଜନଭରା ସ୍ବପ୍ନ ନିଆରା

ତନ୍ମୟ ଚିତ୍ତ ଫଲ୍ଗୁର ଧାରା

ମନ୍ମୟ ଉପବନ ।।


ପଳାଶ ବଣେ ଜ୍ୟୋସ୍ନା ତରଙ୍ଗ

ଜାଜ୍ବଲ୍ଯମାନ ହୋଲିର ରଙ୍ଗ

ଝରଇ ଝର ଝର

ସୁପ୍ତ ଚେତନା ରୁଦ୍ଧ ଆବେଗ

ତଲ୍ଲୀନ ଭାବ ଆଭାର ସ୍ବର୍ଗ

ଉର୍ଦ୍ଧରେ ନିରନ୍ତର ।।


ବିଶ୍ୱାସେ ପୂର୍ଣ୍ଣ ଭାବ ସ୍ପନ୍ଦନ

ରଙ୍ଗର ଛିଟା ସୁସମ୍ମୋହନ

ଶାନ୍ତିର ବାର୍ତ୍ତା ତୋଳେ

ପ୍ରଗତି ପଥେ ବିଜୟ ରଥେ

ସତ୍ୟ ସୁନ୍ଦର ଅହିଂସା ପଥେ

ମୁକ୍ତିର ଛନ୍ଦ ମିଳେ ।।


ରଙ୍ଗ-ପ୍ରଦୀପ ପ୍ରଖର ଜ୍ୟୋତି

ରଜତ ଜ୍ୟୋସ୍ନା ପୂର୍ଣ୍ଣିମା ରାତି

ଆଶିଷ ଧାରା ବହେ

ବିଭାନେ ବିଜେ କୃଷ୍ଣ-ରାଧିକେ

ଅମୃତ ଲୀଳା ନେତ୍ର ପଲକେ

ହୃଦୟ ମନ ମୋହେ ।।




ଶରତ କୁମାର ଦାସ


Rate this content
Log in