ଭାବିଥିଲି ଶୁଭ ଶଙ୍ଖେ ଜଳ ଢାଳି
ପଦ୍ମଶ୍ରୀ ଚରଣ ଧୋଇଦେବି।
ଶଙ୍ଖ ହଜିଗଲା, ଜଳ ସରିଗଲା
କୁହ ପ୍ରଭୂ ! ମୁଁ କି କରିବି ?
ଭାବିଥିଲି କଳା ତୁଳସୀ ମାଳରେ
ତୁମରି ହୃଦୟ ସଜେଇବି।
ତୁଳସୀ ରୁଷିଲା, ହୃଦୟ ହଜିଲା
ମନ ମରିଗଲା,କି କରିବି ?
ଭାବିଥିଲି ରକ୍ତ ଚନ୍ଦନ ଟୀକାରେ
ତୁମରି କପାଳ ମଣ୍ଡିଦେଵି।
ମୋ' କପାଳ ଫଟା,ଚନ୍ଦନ ବଗିଚା
ଦୂରେଇଲା, କୁହ କି କରିବି ?
ଭାବିଥିଲି ଶୁଭ୍ର ପଦ୍ମ ପାଖୁଡ଼ାରେ
ତୁମ ମନ୍ଦିରକୁ ସଜେଇବି।
ନୟନରୁ ତୁମ,ପଦ୍ମ ଛୋଟ ହେଲା
ଆଉ କି ସପନ ମୁଁ ଦେଖିବି !