Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ହେଲେ ଯୁବଶକ୍ତି ଆଜି ପଥଭ୍ରଷ୍ଟ

ହେଲେ ଯୁବଶକ୍ତି ଆଜି ପଥଭ୍ରଷ୍ଟ

1 min
6.5K


ହେଲେ ଯୁବଶକ୍ତି ଆଜି ପଥଭ୍ରଷ୍ଟ

 

ପର୍ଶୁରାମ ବିଶ୍ୱାଳ

 

ଦେଶ ଗଢ଼ିବାର ଶକତି ସାମର୍ଥ୍ୟ ଦେଇଚୁ ଯା’ ହୃଦେ ଭରି

ସିଏ ସିନା ଏକା ଯୁବ ଉଦ୍ଦାମତା, ଆଉ କିଏ ତାହା ସରି

ହେଲେ ଯୁବଶକ୍ତି ଆଜି ପଥଭ୍ରଷ୍ଟ

ଦେଖୁଚୁ ତୁ ଗିରିଧାରୀ ।

 

ବାପାମାଆ ଆଉ ଶିକ୍ଷକ ସମାଜ କରିଚନ୍ତି ଅବିଚାର

ଶିଖାଇ ନାହାନ୍ତି ଭଲ ଗୁଣ, ଦେଇନାହାନ୍ତି ଭଲ ସଂସ୍କାର

ସେ’ପାଇଁ ସେ ଲକ୍ଷ୍ୟପଥ ଛାଡ଼ିଦେଇ

ବୃତ୍ତରେ ବୁଲୁଚି ଘୂରି ।

 

ଏଇ ଯୁବଶକ୍ତି ଏକା କରିପାରେ ଅସମ୍ଭବକୁ ସମ୍ଭବ

ଦେଶର ପ୍ରଗତି-ଦୁର୍ଗତି ତା ହାତେ, ଏକଥା ବୁଝିବା ହବ

ଠିକ୍ ବାଟର ବାଟୋଇ ସେ ହେଲେ

ସବୁ ସେ ପାରିବ କରି ।

 

ତା ମନେ ସ୍ୱାଧୀନ ଚେତନା ଭାବନା ଭରୁ ଆମ ସରକାର

ଦୁର୍ନୀତି ବିରୋଧେ ସ୍ୱର ତୋଳି ସିଏ ତଡୁ ଦେଶୁ କୁସଂସ୍କାର

ପରର ଲାଙ୍ଗୁଡ଼ ଧରି ବଡ଼ ହେବା

ଭାବନା ନୋହୁ ତାହାରି ।

 

କୋଣ-ଅନୁକୋଣେ ଯୁବ କର୍ମଶାଳା ହେଉଅଛି ଆଜି ଲୋଡ଼ା

ହାତପାଇଟିକି ଘୃଣା ସେ ନକରୁ, ନହେଉ ସେ ଅସଜଡ଼ା

ଦେଶ-ଜାତି ପାଇଁ କାମ କରୁ ପୁଅ

ପ୍ରଗତି ମଶାଲ ଧରି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in