Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

5.0  

Sadananda Sahoo

Inspirational

ଦୁତି ତୁମେ ଚାନ୍ଦର ଚାନ୍ଦିନୀ

ଦୁତି ତୁମେ ଚାନ୍ଦର ଚାନ୍ଦିନୀ

1 min
6.7K


ଦୁତି ତୁମେ ଚାନ୍ଦର ଚାନ୍ଦିନୀ

ସ୍ନେହର ଆଶିଷ କରିବ ଗ୍ରହଣ

ଦୁତି ତୁମ କୃତି ପାଇଁ

କବିଟିଏ ବୋଲି ଲେଖୁଛି ମୁଁ ଆଜି

ଶୁଭ ଆଶୀର୍ବାଦ ଦେଇ !

ମାଆ ଭାରତୀର ସୁକନ୍ୟା ରତନ

ନାମ ତଵ ଦୁତି ଚାନ୍ଦ

ଉତ୍କଳ ପ୍ରଦେଶେ ଜନମିଛ ତୁମେ

ରଖିବାକୁ ଦେଶ ଟେକ !

ଏ ସାରା ବିଶ୍ୱରେ ଦୁତି ଚାନ୍ଦ ହସେ

ବିଜୟର ଗାଥା ଗାଇ

ଶ୍ରେଷ୍ଠ ପ୍ରଦର୍ଶନେ ଉତ୍କଳ ମା’ କହେ

ଦୁତି ମୋ ରୌପ୍ୟର କଇଁ !

ଘାତ ପ୍ରତିଘାତ ତା'ପରାଣ ମିତ

ତଥାପି ସେ ହାରି ନାହିଁ

ଦୃଢ ମନୋବଳା ସେ ମହା ଧାବିକା

ଲୁହ ଲହୁ ଦିଏ ପିଇ !

ମିଥ୍ୟା ଆରୋପରେ କଟକଣା କେତେ

ଏ ଦୁହିତା ଦୁଲଣି ପାଇଁ ;

ପୁରୁଷର ଶକ୍ତି ଅଛି ବୋଲି କହି

କଲେ ହତାଦର ଭାଇ !

ସଂଘର୍ଷେ ଉତ୍କର୍ଷେ ଦୁତି ନାମ ଭାସେ

ସଦା ଅଛି ପ୍ରଭୁ କୃପା !

ମିଥ୍ୟାର ପ୍ରଲେପ ନୁହେଁ ସବୁଦିନ

ଦୁତି ହିଁ ସ୍ୱର୍ଣ୍ଣିମ ରୂପା !

ଏସିଆ ସମରେ ଦୁତିଟା ଝଟକେ

ବଳିଷ୍ଠ ପ୍ରମାଣ ଦେଇ !

ରୌପ୍ୟର ପଦକ ବିଜୟ ସନ୍ତକ

ହୃଦୟକୁ ଦିଏ ଛୁଇଁ !

ହେ ଶ୍ରେଷ୍ଠ ଧାବିକା ସ୍ନେହିଁ ମାଳବିକା

ଯଶ କିର୍ତ୍ତୀ ଅର୍ଜ ସଦା

ଶୁଭ ଆଶୀର୍ବାଦ କରୁଛି ଏ ଦେଶ

ଧରିଥା' ବିଜୟ ଝଣ୍ଡା !

ଅଭାବ କଷଣ ସବୁ ଦୂର ହେବ

ଅଚିରେ ଘୁଞ୍ଚିବ ଦୁଃଖ ;

ହୃଦୟର ସହ ଘେନ ଏ ସୌହାର୍ଦ୍ଦ୍ୟ

ଆସିବ ସୁଦିନ ସୁଖ !!

ସଦାନନ୍ଦ ସାହୁ ; ଧୁରୁଷିଆ ; ଆଠଗଡ଼ ; କଟକ


Rate this content
Log in

Similar oriya poem from Inspirational