ସ୍ମୃତି
ସ୍ମୃତି
1 min
6.8K
ସ୍ମୃତି ଏକ ସଜ ଜହ୍ନର କୁଆଁରୀ କନ୍ୟା
ସ୍ମୃତି ଏକ ଅସହ୍ୟ ବିରହ ବେଦନା
ସ୍ମୃତି ଏକ ସଜିତ ଗୋଲାପର ବାସନା
ସ୍ମୃତି ଏକ କଣ୍ଟକିତ ରାସ୍ତାର ଠିକଣା ।
ସ୍ମୃତି ଏକ ଅନ୍ଧାର ରାତିର ନିରବତା
ସ୍ମୃତି ଏକ ଅଜସ୍ର ଭାବର ବାସ୍ତବତା
ସ୍ମୃତି ଏଜ ଯୁବ ଯୌବନର ଉଦ୍ଧାମତା
ସ୍ମୃତି ଏକ ଦୁସ୍ଥ ମଣିଷର ଦରିଦ୍ରତା ।
ସ୍ମୃତି ଏକ ମରୁଭୂମିର ମରୀଚିକା
ସ୍ମୃତି ଏକ ସୁନେଲି ସ୍ୱପ୍ନର ପାଦଟୀକା
ସ୍ମୃତି ଏକ ଦୁଃଖ ଯନ୍ତ୍ରଣାର ବିଭୀଷିକା
ସ୍ମୃତି ଏକ ସୁଖ ଶାନ୍ତିର ଯଵନୀକା।।
ସ୍ମୃତି ଏକ ଜୀବନର ଶ୍ରାବଣୀ ଗୀତିକା
ସ୍ମୃତି ଏକ ଜୀବନର ଆଲୋକର ବର୍ତ୍ତିକା ।।
ଅମ୍ବିକା ସ୍ବାଇଁ