Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Sabat

Others

2  

Ajit Sabat

Others

ପରଦେଶୀ ପାଇଁ

ପରଦେଶୀ ପାଇଁ

1 min
1.1K


ମନଟା ମୋହର ଉଠୁଛି ଦୋହଲି

ତୁମ କଥା ବସି ଭାବି ଭାବି

ଖୁଦ ଖାଇବାକୁ ଆସୁ ନାହିଁ  କୁଆ

ଉଡ଼ି ଚାଲି ଯାଉଅଛି ରାବି ରାବି  । ୧ ।

 

ହୃଦୟ ମୋହର ସିହରୀ ଉଠୁଛି

ତୁମେ ଛାଡି ଚାଲି ଗଲା ପରେ

ଝରି ପଡେ ଲୁହ ଚକ୍ଷୁରୁ ମୋହର

ନୀତି ଝୁରି ମୁଁ ତୁମ ପାଇଁ ମରେ  । ୨ ।
 

ଖସି ପଡୁ ଅଛି ମନର ପାଖୁଡା

ଶୀତଳ ସମୀର ବେଗରେ

ବୀରହ ଭାବରେ ଜଳି ନୀତି ମୁହିଁ

କହି ପାରେ ନାହିଁ କିଛି କାହା ଆଗରେ  । ୩।

 

ହେ ପରଦେଶୀ ବନ୍ଧୁ ମୋର ଏକା କରିଗଲ

ବନ୍ଧୁ ହୀନ ହୋଇ ଆଜି ମୁଁ ମରୁଛି

ନିଶିଦିନ ତୁମ କଥା ବସି ଭାବି ଭାବି

ହୃଦୟ ମୋ ଖାଲି ତୁମକୁ ଝୁରୁଛି   । ୪ ।

 

( ଅନଲାଇନ ଟାଇପିଙ୍ଗ ହେତୁ ତୃଟୀ ରହୁ ଅଛି , ଶେଥି ପାଇଁ  ଦୁଖିତ ॥ ତ୍ରୁଟି ମାର୍ଜନା କରି ପଢିବାକୁ ଅନୁରୋଧ )

-- ଅଜିତ --


Rate this content
Log in