ବରଷା ବରଷି ଯାଉ
ବରଷା ବରଷି ଯାଉ
ନୀଳମଣି ଚାନ୍ଦ
ଝଡ଼ି, ବଢ଼ି ଆଣି ଦେଲା
କେତେ ଦୁଃଖ
ବରଷା ଖାଉଛି ଗାଳି
ହେଲେ ଭୁଲିଗଲୁ ପହିଲି ବରଷା
ନାଚି ମାରୁଥିଲୁ ତାଳି ।
ଝାଇଁ ମରା ଖରା ଦେଖି ଭାବୁଥିଲୁ
ବରଷା ଆସନ୍ତା ନାହିଁ
ଗୁଳୁଗୁଳି ତାତି ଡାହକ ଗରବ
ଚୂନାଟି କରିବା ପାଇଁ ।
ବରଷା ଆସିଲା ଶାଗୁଆ ରଙ୍ଗରେ
ରଙ୍ଗେଇ ଦେଲାରେ ଧରା
ଏଇ ଶୋଭା ଶିରୀ ଥିଲା
କୁହକିରେ
ଗିରିଷମଟିରେ ପରା ।
ଆଙ୍କି ଦିଏ ଯେଉଁ ଇନ୍ଦ୍ରଧନୁ ଛବି
କେଉଁ ଋତୁ ପାରେ ଆଙ୍କି
ଜଳଦାନ କରେ ଧରାବାସୀ ପାଇଁ
ଦିଏ ନା ତା କାମେ ଫାଙ୍କି ।
ବରଷା ଝରିଲା ଜଳବନ୍ଦୀ ହେଲା
ଦୋଷ ଦେଉଥିଲୁ ଆମେ ,
ହେଲେ ଭାବୁଛି କି ଆମେ କେତେ
ଠିକ୍
ଆମେରେ ଆମରି କାମେ ।
ଜଳର ଗହଳେ , ଜଳର ବିହୁନେ
ବିପତ୍ତି ରହିଛି ଭରି
ବରଷା ଋତୁର ଏଥିରେ କି ଦୋଷ
ସିଏ ଯାଏ ଖାଲି ଝରି ।
ସଦାସେ କରଇ ଜଗତର ହିତ
ବରଷା ବରଷି ଯାଉ
ଉଦ୍ଭିଦ ପ୍ରାଣୀର ସିଏ ପରା ମିତ
ଦୋଷ ଦେବା ନାହିଁ ଆଉ ।