ଆଦିକାବ୍ୟ-ଭୋକ,ତୃଷ୍ଣା ଓ ଆକର୍ଷଣ
ଆଦିକାବ୍ୟ-ଭୋକ,ତୃଷ୍ଣା ଓ ଆକର୍ଷଣ
1 min
6.5K
ନୟନୁ ନିର୍ଝରିତ
ଭୋକ,ତୃଷ୍ଣା ଓ ଆକର୍ଷଣର ଦୃଷ୍ଟିକୋଣ
ଯେତେବେଳେ,
ବର୍ଷା ସହ ବୁଝାମଣା କରିବସେ,
କାଳବୈଶାଖୀ
ସନ୍ତାପିତ ଅସହାୟ ପ୍ରାଣ
ନିଦାଘ ଗ୍ରୀଷ୍ମରେ ବାଧ୍ୟକରେ
ମୃତବତ ଶୋଇ ରହିବାକୁ
ଗାଁ ମୁଣ୍ଡ ଶେଷ ମଶାଣୀର କୋଳରେ-----------!
ନିର୍ଜନ କିନ୍ତୁ ନୁହେଁ ନିରବ
ଝିଙ୍କାରୀ ,ବେଙ୍ଗରଡିର ସମିଶ୍ରଣ
ଆହୁରି ଭୟଙ୍କର କରି ଦିଏ ପରିବେଶ-------!!
କିଛି ଆଶାର କଣ୍ଟକିତ
ଘାସଫୁଲର ବଣ
ଭରିପୁର,
ଖେଂଚା, ଖୁମ୍ପା, ଟଣା ଓଟରା, ଘୋଶାଡା
ବିଲୁଆ , ଶାଗୁଣା ହେଟ୍ଟା,କୁଆ ,କକୁରଙ୍କ
କିଏ ? ଖୁମ୍ପି ଖାଏ ତ କିଏ ? ଟାଣି ଓଟାରି
ଶରୀରର ମାଂସଳ
ଅଙ୍ଗପ୍ରତ୍ୟଙ୍ଗ -----!!!
ଆଜିକାଲି
ମଣିଷ କେବଳ ଖାଆନ୍ତି ନି ଛେଳି,
ଛେଳି ବି ଖପ ଖାପ ଖାଇବା ଶିଖିଲାଣି ମିଳିଲେ
ସହଜେ ମଣିଷର ଅନ୍ତଃବୁଜୁଳା
ଭୋକ,ତୃଷ୍ଣା ଓ ଆକର୍ଷଣ
ଯେ ତୀବ୍ର ଏବଂ ପ୍ରଖର
ପ୍ରକାରନ୍ତେ,
ଶ୍ମଶାନ ବି ବାଦ ପଡିନି
ଖାଲି ଯାହା
ହୃଦୟଟି ଠିକ୍ ଠାକ୍ ଅଛି
ବୋଧେ ଶୋଇ ରହିଛି ନିଶ୍ଚଳ ହୋଇ ବୋଲି
ଯେ ହେତୁ ସେ ନୁହେଁ କେବେ ନିଜର
ତା ପରିଚୟ ଅନ୍ୟ କାହାର
ଜୀବନ
ଏଠି ଭୁଲରେ କେବଳ
ବର୍ବରତାର ଅସୀମ ,ବାଖ୍ୟାହୀନ
ଆଦିକାବ୍ୟ-ଭୋକ,ତୃଷ୍ଣା ଓ ଆକର୍ଷଣର--------!!!!
©®କାଶ୍ୟପ,
ରାୟଗଡା ।