ବନ୍ଧନ ଯୁଗ ଯୁଗର
ବନ୍ଧନ ଯୁଗ ଯୁଗର
1 min
285
ନୀରବ ରହିଲେ,
ରାଗିଲା ପରି ଗୋ ଲାଗ ।
"ରହୁଛି" କହିଲେ
କ୍ଷମା ମାଗିନିଏ ଆଗ ।।
"ରହୁଛି" ରେ ତୁମ
ଅଭିମାନ ଲୁଚିଥାଏ ।
ଅଭିମାନ,ପରେ
ସ୍ୱାଭିମାନ ହୋଇଯାଏ ।।
ଧାଡିଏ ଲେଖିଲେ
ମୋ'ପାଇଁ ଲେଖୁଛ, ଲାଗେ ।
ଜହ୍ନ ହସି ହସି
ଜୋଛନା ଢାଳେ ସରାଗେ ।।
ସେଇ ଜୋଛନାରେ
ତୁମ ମୁହଁ ଆସେ ଭାସି ।
ବଉଦ ବି ଶେଷେ
ଅଜାଣତେ ହୁଏ ଖୁସି ।।
ରାଗିବନି ,କେବେ
ରୁଷିବନି ବୋଲି ଜାଣେ ।
ସେଇଥିପାଇଁ ଗୋ
ରଖିଛି ମୋ' ମନ କୋଣେ ।।
ମନ କୋଣେ ଥାଇ
ସ୍ନିଗ୍ଧ ସାହାରା ପରି ।
ଋତୁରେ ଋତୁରେ
ହୁଅ ମୋର ଆଶାବରୀ ।।
ମଦାଳସୀ,ତୁମ
ମୃଦୁ ମୃଦୁ ଅଭିଳାଷ ।
ସରାଗେ ସାଇତି
ବଢାଇବି ମୋ'ଆୟୁଷ ।।
ସେଇ ଆୟୁଷ ହିଁ
ସ୍ପନ୍ଦନ ଦୁଇ ପ୍ରାଣର ।
ସ୍ପନ୍ଦନ ନୁହେଁ ସେ
ବନ୍ଧନ ଯୁଗ ଯୁଗର ।।