Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others Tragedy

3  

Prakash Ranjan Parida

Others Tragedy

ଚକ୍ଷୁଷ୍ମାନ

ଚକ୍ଷୁଷ୍ମାନ

1 min
13.3K


ଆଖିରେ ଅନ୍ଧପୁଟୁଳି ବାନ୍ଧି

କେତେ ଦିନ ଆଉ ଅଭିନୟ କରିଥାଆନ୍ତି ଅନ୍ଧତ୍ବର

ଅନ୍ୟ ଆଖିରେ ଧରା ପଡ଼ିବା ପୂର୍ବରୁ

ନିଜକୁ ନିଜେ ଧରାପକେଇ ଦେଲି ତ

କଣ ଅପରାଧ କଲି ?

ବେଶ୍‌ ହୋଇଗଲା ଦେଖି ବି ନଦେଖିବାର ଛଳନା

ଜାଣି ବି ନଜାଣିବାର ମିଛ ବାହାନା

ସୀମା ପାର ହୋଇଗଲା ଛାତି ତଳ ସହନଶୀଳତା ।

ସହି ପାରିଲିନି ବୋଲି ତ ଖୋଲିଦେଲି ମୁହଁ

ନିମିଷକେ ଘଟିଗଲା ଅଣଚାଷ ବିସ୍ଫୋରଣ,

ଉଜୁଡି ଗଲା ବର୍ଷ ବର୍ଷର ସମ୍ପର୍କ

ହଁ -ଶେଷ କଥାଟା କହିଦିଏ

ଜୀବନ ଜୀଇଁବାର ସଂଘର୍ଷରେ ଯଦି କେବେ ହାରିଯାଏ

ସାହାଯ୍ୟର ହାତ ଲମ୍ବେଇ

ଦୟାକରି ଦୟା ଦେଖାଇବନି ମତେ

କଟା ଘା’ରେ ଚୂନ ଲେପିବନି

ଅନ୍ତତଃ ମୁଁ ଶାନ୍ତିରେ ମରିବି । ।


Rate this content
Log in