ବାସର ଶେଯ
ବାସର ଶେଯ
#ବାସରଶେଯ ।
କିଏ ? ଜାଣିଛି କହିଲ,
ମନ
ତୁମ ଆନମନା,
ବହୁ ପ୍ରତିକ୍ଷୀତ #ବାସରଶେଯ, ଆଉ
ସାଥି ଦୁହେଁ ବଦଳି
ଯାଇ ପାରନ୍ତି ,
କାହା ପ୍ରତି କାହିଁକି ?
କାହାର ପ୍ରତିବଦ୍ଧତା,
ମଣିଷ ପାଦରେ ବେଡି
ସିନା ଖାଲି
ତୁଛାଟାକୁ ଦେଇ ଅବାନ୍ତର ସମ୍ପର୍କର
ଦ୍ୱାହି,
ସୁଯୋଗ ମିଳିଲେ ହେଲା,
ନିରୋଳାରେ
ଗୁଟୁର ଗୁ ଗୁଟୁର ଗୁ
ଖଣ୍ଡି ଉଡାନ ,
ରାସ୍ତା ଅଲଗା ଅଲଗା,
ମଣିଷରୁ ବିବର୍ତ୍ତିତ
ହେବାକୁ
ପଶୁ ରୂପେ ଲାଗୁଛି ବା
କେତେ ସମୟ,
କିଡ଼ଗିଚ ଯେ ବଦଳାଏ
ରଙ୍ଗ ଇଛା ମୁତାବକ------ !
ସୁବିରି ପଛେଏକା
କାରଣ ,
ପାଶ୍ଚାତ୍ୟ ସଂସ୍କୃତିକୁ ନ ଛାଡେ ବନ୍ଦ ,
ନିଜର ଯେତେ ଅଛି ଲାଗେ ପୁରୁଣା ଢଙ୍ଗ
ଯେତେ ରାତି ସେତେ
ବାସର ଶେଯ ଖେଳ ଓ ଖେଳାଳି
ଖାଲି ଭିନ୍ନ ଭିନ୍ନ,
ମିଛ ମିଛିକା
ସାବିତ୍ରୀ ଓଷା, ଉପବାସ
ସବୁ ରଜର ପାନମଉଜ
କାହାର ଓଠ ଖାଲି
କେତେ ନାଲି
ଓ
ପିଲାଦିନ ବୋହୁ ବାଗୁଡ଼ି ଖେଳ,
ସାଙ୍ଗ ମିତ ଥଟ୍ଟା ପରିହାସ,
କେବେଳ ସତ
ଏକମାତ୍ର ନିଜସ୍ୱ ବିକାଶର ଦୌଡି,
ହାଲିଆ ହେଉ ନ ଥିବା
ବାସରଶେଯ ,
ସବୁରାତିର ଲୁହ ଭିଜା ତକିଆ
ଅଭିନୟର ରଙ୍ଗମଞ୍ଚ
ଜୀବନ ଦୌଡର ----------!!
@କାଶ୍ୟପ,©® ରାୟଗଡା ।