Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

2  

Writer Roja Panda

Others

ଆଦ୍ୟାନ୍ତ ସାଥି

ଆଦ୍ୟାନ୍ତ ସାଥି

1 min
6.8K


ଆଦ୍ୟାନ୍ତ ସାଥି

ରୋଜା ପଣ୍ଡା


ଈଶ୍ୱରଙ୍କ ଦାନ, ହେଇ ତୁମ ପ୍ରେମ

ଭରିଦେଲା ମୋ ଜୀବନ

ଯାହାର ସ୍ପର୍ଶରେ ବିଛୁରିତ ହେଲା

ଅଲୋକେ ମୋ ତନୁମନ ।

ଅମା ଅନ୍ଧାରର ବକ୍ଷ ଚିରି ଆସି

ହୃଦୟ ଛୁଇଁଲା ମୋର

ନିଷ୍କଳଙ୍କ ସେଇ ହୃଦୟରେ ତୁମ

ଜତନେ ଗଢିଲି ଘର ।

ସବୁ ରୁକ୍ଷ ପଥ,ଝଡ ବା ବତାସ

ଲେଉଟିଲା ଆସି ପାଶେ

ତୁମ ସ୍ନେହ,ପ୍ରେମ ସୁରକ୍ଷା ସାଜିଲା

ଶକ୍ତି ହୋଇ ଚତୁର୍ପାର୍ଶ୍ଵେ ।

ଘନ ଅନ୍ଧକାରୁ ହାତ ଧରି ମୋର

ନେଲ ମହା ଆଲୋକରେ

ସବୁ ବିପଦରୁ ରକ୍ଷା କରିବାକୁ

ଆସିଲ ମୋ ଜୀବନରେ ।

ସାଜି କୃଷ୍ଣ ତମେ ଗୀତାଜ୍ଞାନ ଦେଲ

ମୋ ପ୍ରିୟ ସାରଥୀ ହୋଇ

ତୁମ ଠାରୁ ଶ୍ରେଷ୍ଠ ପରମ ପୁରୁଷ

ନାହିଁ ମୋ ଜୀବନେ କେହି ।

ରହିଥାଅ ତୁମେ ଏଇ ମୋ ଜୀବନେ

ବର୍ଷ,ମାସ,ଯୁଗ ଧରି

ତୁମରି କୋଳରେ ମହା ଆନନ୍ଦରେ

ଆୟୁଷ ମୋ ଯାଉ ସରି ।

ଲିଭିଯାଉ ମୋର ଜୀବନର ଦୀପ

ତୁମରି ମୁହଁକୁ ଚାହିଁ

ପୁତ୍ର,ଶଖା,ବନ୍ଧୁ,ଆତ୍ମୀୟ ସ୍ଵଜନ

ଲୋଡ଼ା ନାହିଁ ଆଉ କେହି ।

ଏତିକି ମିନତୀ ମୋ ଶେଷ ଦର୍ଶନେ

ସ୍ମିତହାସ୍ୟ ଟିକେ ଦେବ

ସେ ଅମୁଲ୍ୟରତ୍ନ ଆଖିରେ ସାଇତି

ଆତ୍ମା ମୋର ମୋକ୍ଷ ହେବ ।

ପୁଣି ନୂଆ ଜନ୍ମ ହେବ ଦୁହିଁଙ୍କର

ପୁନଃର୍ମିଳନର ପାଇଁ

ସେହି ଆଶା ନେଇ ଆର ଜନମରେ

ଅପେକ୍ଷାରେ ଥିବି ମୁହିଁ ।


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in