Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational

2.0  

Prasanna Kumar Madala

Inspirational

ବିଶେଷ ସଂଗ୍ରାମ

ବିଶେଷ ସଂଗ୍ରାମ

1 min
6.7K


ସତ୍ୟାଗ୍ରହୀ ଯେତେ          ସଂଗ୍ରାମର ଅନ୍ତେ

             ସରଗେ ବସିଲେ ଯାଇ

ସୁଖେ ଆଶା ବାନ୍ଧୁ             ଶେଷ ରକ୍ତ ବିନ୍ଦୁ

             ଶୁଖେ ସରହଦେ ଥାଇ ।

ଚାରି ଶହ ବର୍ଷ                ଚାହିଁଥିଲା ଦେଶ

              ଚାଖିବାକୁ ମୁକ୍ତ ବାୟୁ

ଚାରି ଦିଗୁ ଆସି               ଚାଷୀ ଚପରାସୀ

            ଚାହୁଁ ଚାହୁଁ ଦେଲେ ଆୟୁ ।

ସତୁରୀ ବରଷ             ସତେ ହେଲା ଶେଷ

             ସ୍ଵାଧୀନତା ଗଲା କାହିଁ

ସାତ ଭାଇ ଭେଦ              ସମ୍ବନ୍ଧେ ବିଚ୍ଛେଦ

             ସରମେ ସ୍ଵାର୍ଥକୁ ଚାହିଁ ।

ଜଟିଳ ବିଧାନ                   ଜାତି ଆରକ୍ଷଣ

              ଜଣାଶୁଣା ବ୍ୟଥା ଏହି

ଜନମେ ଗରିବ                  ଜଠରୁ ଅଭାବ

             ଜଘନ୍ୟ ଯାତନା ସେହି ।

ସମସ୍ତେ ନାଚାର                ସମାନ ବିଚାର

            ସପନ ହୋଇଛି ଦେଶେ

ସାମାଜିକ ଦ୍ଵେଷେ             ସମ୍ଭ୍ରାନ୍ତ ହରଷେ

             ସଞ୍ଚନ୍ତି ରକ୍ଷକ ବେଶେ ।

ଭ୍ରଷ୍ଟାଚାରୀ ସର୍ବେ            ଭିନ୍ନ ଭିନ୍ନ ମାର୍ଗେ

             ଭରିଲେ ଭଣ୍ଡାର ଜାଲ

ଭାଗ ଭାଗ କରି           ଭାଙ୍ଗିଲେ ଆବୋରି

             ଭାରତ ମାଆର ଭାଲ ।

କରୁଛି ଆହ୍ଵାନ                କ୍ରାନ୍ତିକାରୀ ଶୁଣ

            କାଳ ଯାଏ ଦୁଃଖେ ସରି

କାଢିବା କଳୁଷ                କି ସୁନ୍ଦର ଦେଶ

            କୁସଂସ୍କାରେ ଅଛି ଭରି ।

ପରିବେଶ ମାନ                 ପ୍ରତି ଜାଗରଣ

              ପ୍ରତିକୂଳ ଧର୍ମାଚାର

ପ୍ରକଟ କରାଇ                ପାରିଲେ ଧରାଇ

             ପ୍ରଗତି ହୁଅନ୍ତା ସାର ।

ବିଭାଗୀୟ ନ୍ୟାୟ               ବିକଶିତ ପ୍ରାୟ

              ବିତରଣେ ସମ କରି

ବିଶେଷ ସଂଗ୍ରାମ               ବଳରେ ବିଷମ

              ବିପଦୁ ପାରିବା ତରି ।

             

ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩ , ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭

#Positiveindia


Rate this content
Log in