Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

ଶୀତ ସକାଳ

ଶୀତ ସକାଳ

1 min
6.9K


ସକାଳୁ ଦେଖିଲି

ଚାରିଆଡେ କୁହୁଡି କୁହୁଡି

ଥଣ୍ତା ସାଙ୍ଗେ ଶୀତ

ଆସୁଛି ମାଡିମାଡି ।

ଧଳାଧଳା ସେହି

କୁହୁଡିର ପ୍ରଲେପ

ଦୂରରୁ ଦିଶୁନି

ଦିଶେ ଅଳପ ଅଳପ ।

ଢଳଢଳ କରେ

ଶିଶିର ବିନ୍ଦୁ ଦୁବ ଘାସେ

ବିଲ ବାଡେ ଫୁଲ

ମୁରୁକି ମୁରୁକି କାଶତଣ୍ଡୀ ହସେ ।

ପୁରୁବେ ସୂରୁଜ

କଅଁଳି କଅଁଳି ଆସୁଛି ଧାଇଁ

ସୁଲୁସୁଲୁ ପବନ

ମାରୁଛି ସାଇଁସାଇଁ ।

ନାଚୁଛି ମୀନ

କଳକଳ ନଇ ଜଳେ

ନିଃଶବ୍ଦ ନିରୀକ୍ଷଣ

କରୁଛି ବଗ କୂଳେ ।

ଡିସେମ୍ବର ମେହେର

ନୂଆପଡା


Rate this content
Log in