Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

3  

Abhakanta

Others

ମୋ ସ୍ମୃତି-ଦରିଆ ବେଳାରେ

ମୋ ସ୍ମୃତି-ଦରିଆ ବେଳାରେ

1 min
13.4K


ମୋ ସ୍ମୃତି-ଦରିଆ ବେଳାରେ

 

ଆଭାକାନ୍ତ ମହାନ୍ତି

 

ମୋ ସ୍ମୃତି-ଦରିଆ ବେଳାରେ ତୁମେ ଗୋ'

       ଝାଉଁବଣ ସୁଉସୁଉ

ସପନ-ସମାଧି ପାଶେ ବି ଆଜି ଗୋ'

       ଜଳେ ଦୀପ ହୁଉହୁଉ । ୦ ।

 

ମୋ ହୃଦ ସରଳ ସବୁଜ ପାଟକୁ

       ଦେଖି ପ୍ରାୟ ଗଲ ଚିଡ଼ି,

ସଜାଇଲ ତାକୁ ସାହାରାର ସୁରେ

       ଛୁଆଁଇ ଛଳନା ଛଡ଼ି,

ତଥାପି ନିରୋଳା ନିଘଞ୍ଚୁ କୋଇଲି

       ଆଜି ବି ଡାକୁଛି କୁହୁ । ୧ ।

 

ତୁମେ ପରକୀୟା ପ୍ରଜାପତି ହେଲ

       ଦୁଃଖ ନାହିଁ ଦୁଃଖ ନାହିଁ,

ଆଗୋ, ଛଳକଣ୍ଠୀ ! ସ୍ମୃତିବନେ କେବେ

       ଯିବନାହିଁ ସୁଖ ପାଇଁ,

ନ ମାନିଲେ ବୋଲ, ଭେଟିବ କେବଳ

       ସେଠି ବସିଥିବି ମୁଇଁ। ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in