ସାନ କୁହା
ସାନ କୁହା
1 min
7.1K
ସାନ କୁହା
ଧୂଆଁ ତଳେ ନିଆଁ ଯେମିତି ଲୁଚିଛି
ମୋ ଦେହେ ଲୁଚିଛ ତୁମେ
ପଂଚଭୂତେ ଏଇ ଦେହଟି ମିଶିଲେ
କେଉଁଠି ରହିବ ତୁମେ ??
ଛାଡ଼ି ଯିବ ନାହିଁ ଶୂନ୍ୟ ଦେହୀ ଆହେ
ମରିଯିବି ତୁମ ବିନା
ଭୋଗ ଦଣ୍ଡ ପଛେ ମଥା ପାତି ନେବି
ମୁକ୍ତି ଚାହୁଁନି ମୋ ସୁନା ।।
ସାନ କୁହା ଟିଏ ମାନିବ କି ଦିଅଁ
ମନ ଚୋରି କର ମୋର
ଦେଇ ତ ପାରୁନି କେମିତି କହିବି
ତୁମେ କାଳେ ଚିତ୍ତଚୋର ।।