Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Abstract

4.0  

Bauribandhu Lenka

Inspirational Abstract

ହୋଲି

ହୋଲି

1 min
7.0K


ଆଜି ଏହି ମଧୁମାସେ

ରଙ୍ଗର ଶ୍ରାବଣ ହୋଇ

ବର୍ଷିଯିବି ମୋ ଦେଶ

ଭାରତ ବର୍ଷେ II

ସେ ରଙ୍ଗେ ଭିଜିବି ମୁହିଁ

ଭିଜିବେ ମୋ ଦେଶବାସୀ

ପାଳିବେ ଏ ରଙ୍ଗ ପର୍ବ

ଆନନ୍ଦେ ଉଲ୍ଲାସେ II

ସବୁ ଦାଣ୍ଡ ହେବ ବ୍ରଜ ଦାଣ୍ଡ

ସବୁ ନାରୀ ହେବେ ଗୋପାଙ୍ଗନା

ନାଚିବେ ରଙ୍ଗାଇ ଅଙ୍ଗ

ଥିବେ ସଙ୍ଗେ ରାଧିକା ଓ କାହ୍ନା II

ଖେଳିବା ଆନନ୍ଦେ ରଙ୍ଗ

ଭୁଲି ସବୁ ରାଗ ଦ୍ୱେଷ

ଆଉ ଅବିଶ୍ୱାସ

ଥାଉ ଯେତେ ଅନେକତା

ଆମେ ସବୁ ଏକ ହୋଇ

ଆଙ୍କିଦେବା ସପ୍ତ ରଙ୍ଗେ ଇନ୍ଦ୍ରଧନୁ

ଝଲସାଇ ଏ ଦେଶ ଆକାଶ II

******


Rate this content
Log in