Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational Abstract Others

3  

Prasanna Kumar Madala

Inspirational Abstract Others

ଜୀବନର ରଙ୍ଗ

ଜୀବନର ରଙ୍ଗ

1 min
6.5K


ଉଷତ ଉଆସେ        ଉନ୍ମାଦ ଉଲ୍ଲାସେ

 ଅଳସୀ ଅଙ୍ଗନା ଅଜାଡଇ ଅଙ୍ଗେ ଅତର

ବନେ ବିଚଳିତା         ବୁଭୁକ୍ଷୁ ବନିତା

 ପଣତେ ପୂରାଏ ପେଟ ପାଇଁ ପୁଳେ ପତର ।

ପଥପ୍ରାନ୍ତେ ପଚି        ପ୍ରତ୍ୟକ୍ଷେ ପଡିଚି

  ଭଗିନୀର ଭୃଣ ଭବନେ ଭିଆଣ ଭଙ୍ଗୁର

ନଷ୍ଟ ନାନାବିଧ         ନଶ୍ବର ନିରୋଧ 

 କଳୁଷିତ କରେ କନ୍ଦିରେ କର୍ଦ୍ଦମ କଙ୍କର ।

ବିଳାସ ବ୍ୟସନେ        ବାବୁ ବିବସନେ

 ନିଶୀଥ ନିଶାରେ ନିବିଡ଼ ନିଦ୍ରାରେ ନିଥର

କଳିନ୍ଦ କିରଣେ       କୁନ୍ଦି କେ କଷଣେ

 ପୋଷେ ପରିଜନ ପେଷି ପ୍ରତିଦିନ ପଥର ।

ସ୍ବର୍ଣ୍ଣାଭ ସଦନେ        ସ୍ବକୀୟ ସାଧନେ

 ଶିରର ଶିରିପା ଶଙ୍କାରେ ଶାଉଁଳେ ଶାସକ

ଶସ୍ୟ ଶୀଷା ଶୀତେ     ଶାଉଁଳଇ ଶ୍ରାନ୍ତେ

 କାକରେ କର୍ଷଣ କଷଣେ କରୁଣ କୃଷକ ।

ପ୍ରକୃତିର ପୃଷ୍ଠେ       ପ୍ରସୂତି ପ୍ରକୋଷ୍ଠେ

 କଅଁଳିଆ କଣ୍ଠେ କାନ୍ଦି କେ କମ୍ପନ କଳଇ

ମଲେ ମଶାଣିରେ     ମିଶଇ ମାଟିରେ

 ଜନନୀ ଜଠରୁ ଜୁଇରେ ଜୀବନ ଜଳଇ ।

       ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational