ବାପା ବୋଉ
ବାପା ବୋଉ
ପୁଅ ଯେବେ ମୋର କଥା ମାନେ ନାହିଁ
ମନେ ପଡେ ବାପା କଥା
ମୁଁ ଯେବେ ଅବାଧ୍ୟ ହେଉଥିଲି ସେବେ
ହୋଇଥିବ କେତେ ବ୍ୟଥା
ବୋଉ ଯେବେ ମୋର କଥା ନ ରଖଇ
ରାଗେ ଓ ଉପାସ ରହେ
ମୋର ଢଙ୍ଗ ଦେଖି ବୋଉ କାନ୍ଦୁଥାଏ
ସେ ବି ଉପାସରେ ଥାଏ
ନାହିଁ ଆଜି ବାପା ନାହିଁ ମୋର ବୋଉ
ନାହିଁ ଆଉ ସେହି ଦିନ
ହେଲେ ତାଙ୍କ କଥା ଭାବିଲେ ଟିକିଏ
ଆଖି ମୋ ଲୋତକ ପୂର୍ଣ୍ଣ
ବାପା ହେଉ ଅବା ବୋଉ ହୋଇଥାଉ
କେ ବୁଝିବ ତାଙ୍କ ମନ
ନିଜେ ବାପା ବୋଉ ହେଲେ ଜାଣି ହୁଏ
ତାଙ୍କର ଅମୂଲ୍ୟ ଦାନ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©