Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ବିରହ

ବିରହ

1 min
6.9K


ରୋମାଣ୍ଟିକ କବି ମାୟାଧର ମାନସିଂହ


ବହୁ ଦେଶ,ବହୁ ବନ,ଗିରି ନଦୀ ପାରେ

ବହୁ ଦୂରେ ଏକ ଗ୍ରାମେ ଛାଡ଼ି ମୁଁ ପ୍ରିୟାରେ

ବିଦେଶେ ବିଚ୍ଛେଦ-ଦୁଃଖ ଭୋଗୁଛି,ହୃଦୟେ

ଜ୍ୱଳନ୍ତ ଅଙ୍ଗାର ଜାଳି ।ମନ ନାହିଁ ରହେ

ଏ ସ୍ଥାନେ,ଏ କର୍ମ ମେଳେ,ଧାଏଁ ଅହରହ

ପୁଣି ସେଦିନ ଛୋଟ ଗ୍ରାମେ,ପ୍ରିୟାର ବିଗ୍ରହ

ଧରି ଯେ ରଖିଛି ଏକ ଦରିଦ୍ର କୁଟୀରେ

ସିକ୍ତ ଯାର ରେଣୁ ରାଶି ପ୍ରିୟା ନେତ୍ର-ନୀରେ ।

ବ୍ୟବଧାନ ଦୁଇ ପ୍ରାନ୍ତେ ଯୁଗଳ ପ୍ରଣୟୀ-

ଦୁଇ ହୃଦୁ ବାର୍ତ୍ତା ଯାଏ ଅଗୋଚରେ ବହି

କରି ବ୍ୟବଧାନ ଜୟ; ତେଣୁ ଦୁହିଁଙ୍କର

ନେତ୍ରୁ ପଡ଼େ ଅବାରିତ ଅଶ୍ରୁ ବିରହର ।

ଦୁଇ ଦେଶେ ଦୁଇ ଦୁଃଖୀ-ପ୍ରେମ ଥାଇ କହେ

'ଚିନ୍ତା ନାହିଁ,- ପ୍ରାଣ ଲଭେ ପ୍ରସାର ବିରହେ' ।

ସମାପ୍ତ


Rate this content
Log in

Similar oriya poem from Classics