ଯା ରେ ମେଘ ତୁ ଯା ...
ଯା ରେ ମେଘ ତୁ ଯା ...
ଯା ରେ ମେଘ ତୁ ଯା
ଥରେ ଛୁଇଁ ଦେଇ ଆସିବୁ . . .
ତୁ ମୋ ପ୍ରିୟାକୁ ଯା . . .
ଶ୍ରାବଣର ରୁପସୀ ସେ . . .
ଚାହିଁ ବସିଥିବ ନିଶ୍ଚେ ତୋ ପଥକୁ ,
ଯାଇ ତୁ ରିମଝିମ ବର୍ଷାରେ
ଭିଜାଇବୁରେ ମେଘ ତା ଦେହକୁ ;
ଥିରି ଥିରି ହୋଇ କାନେ କହିଦେବୁ ତା’ର
ମୋ ମନର ସବୁ ଅକୁହା କଥାକୁ . . .
ଏବଂ ଆଙ୍କି ଦେବୁ ତା’ର ଗୋରା ଗୋରା ଗାଲେ
ମୋ ଓଠ ଚୁମାକୁ |
ତୁ ଝର ଝର ହୋଇ ବରଷି ଯିବୁ
ଜମା ଶୁଣିବୁନି ତା’ର କଥା ,
ଅଳସୀ କନ୍ୟା ଯେବେ ଥରି ଉଠିବ
ସେବେ ମୋ ପ୍ରେମର ଅଗ୍ନିରେ ମୁଁ ଭରିଦେବି
ତା’ ଶରୀରେ ମିଠା ମିଠା ଉଷ୍ମତା . . .
ସୁରୁଜମୁଖୀର ଲାଜୁଆ ଆଖିରେ
ମଧ୍ୟ ଭରିଥିବ ଅସ୍ଥିରତା ,
ମାନ ଅଭିମାନ ତା’ର ସବୁକୁ ଆଦରି
ଛାତିରେ ସାଉଁଟି ନେବି ମୁଁ ତା’ ନୀରବତା . . .
- ooo -