କଳ୍ପନାରେ -32
କଳ୍ପନାରେ -32
1 min
5.8K
ତୁମ ବିନା ରାତି ନିଃସଙ୍ଗ ନିଃସାଥି
ଲାଗେ ନାହିଁ ଭଲ କେବେ
ଅମା ଅନ୍ଧକାର ଲାଗୁଥାଏ ସଦା
ସତେକି ଗ୍ରହଣ ଏବେ।
ଜହ୍ନରାତି ପରି ଚମକେ ବିସ୍ତାରି
ଜ୍ୟୋତ୍ସ୍ନା ସମୀରଣ ବହେ
ତୁମେ ଥିଲେ ପାଶେ ବସନ୍ତ ପ୍ରକାଶେ
ବିରହ ବେଦନା ଯାଏ।
ଭଲପାଏ ବୋଲି କହୁଛି ଏମିତି
ଭଲ ଲାଗ ତୁମେ ଭାରି
ଜାଣି ନପାରିଲେ ଜଣାଇ କହିବି
ମୋ ଛାତି ଅନ୍ତର ଚିରି ।
ପ୍ରଶାନ୍ତ କୁମାର ହୋତା