ଭଙ୍ଗା ଚଟାଣ
ଭଙ୍ଗା ଚଟାଣ
ସମୟାତିତ ସମ୍ଭାଳୁଆ ଖୋଳାପରୁ
ନିଜକୁ ବିବ୍ରତ କରି
ବ୍ୟତିବ୍ୟସ୍ତ ଜୀବନ ଜଞ୍ଜାଳରୁ
ମୁକ୍ତ କରି
କାଳତୀତ ସମୟ ପର୍ଯ୍ୟନ୍ତ
ଇଛା ହୁଏ
ଶୋଇ ପଡ଼ିବାକୁ
ପ୍ରକୃତି
ତୁମ କୋଳେ
ଅବାଧ୍ୟ ନିଷ୍ପାପ ଶିଶୁ ଟିଏ
ଭଳି
ଶୁଣନ୍ତି
ତୁମ ହୃଦ ସ୍ପନ୍ଦନ
ନିଶାବ୍ଧତାର ଢେର ଅବୁଝା ଶବ୍ଦ ଭିତରେ,
ଶିଶିରକୁ କହନ୍ତି
ଭିଜାଇଦେବାକୁ ମୋ ବିଶାଳ ଛାତି
ତୁମ ଅକୁହା ବେଦନାର ଲୋତକ
ଅଶ୍ରୁବହ୍ନିରେ
କାହାକୁ ଡର ତୁମର
ପାପକୁ ନା ପାପପ୍ରଣୟକୁ
ଲୁହକୁ ନା ହସକୁ
ସୁଖକୁ ନା ଦୁଃଖକୁ
ଦୁଃଖ ପା
ଏଠି ତୁମେ କୁହ
ତୁମ ଚିରଦିନ ସାଥି
ସେ କଣ ଏତେ ଭୟଙ୍କର
ପାପ ଛାୟାଗ୍ରସ୍ତ
ଯୋଗିନୀ, ଶାକିନି,
ଅବା ଡାକିନି
ବର୍ଷାକୁ
କହିଦେବି କି କୁହ ତ
ତୁମ ଦେହ ଦାହରେ ସାଜିବାକୁ
ପରିମାପକ,
ଜ୍ବାଳା
ଏଠି ବି ବିଷମୟ,
ଅସରନ୍ତି ଏ ଯାତ୍ରା ସନ୍ଧ୍ୟା ନଇଁ ଆସିଲେ
କୁଆଡେ ପଥପ୍ରାନ୍ତ ପଥିକଟିଏ ର ଲକ୍ଷ୍ୟରେ
ସ୍ମୃତିର ଆଲେଖ୍ୟ ରେ ସଜାଡି ରଖିବାକୁ ବାଧ୍ୟ କରେ
ଗୋଟିଏ ରାତି ପାଇଁ ହେଉ ପଛେ
କେଉଁ ଏକ ଅନାମଧେୟ ପାନ୍ଥନିବାସର
ଭଙ୍ଗାଚଟାଣ,
ଶୁଣନ୍ତି ନି ଥରେ ତୁମ ହୃଦ ସ୍ପନ୍ଦନ
ନିଶାବ୍ଧତାର ଢେର ଅବୁଝା ଶବ୍ଦ ଭିତରେ
ତୁମ ଅକୁହା ମନ କଥା,
ଶିଶିରକୁ କହନ୍ତି
ଭିଜାଇଦେବାକୁ ମୋ ବିଶାଳ ଛାତି
ଝରି ନ ଝରି ଓଠର ଦରହସା
ହସ କ୍ରୋଡେ ଲୁଚିଥିବା ଯେତେ ସବୁ ଲୁହକୁ,
କାହାକୁ ତୁମ ଡର
ପାପକୁ ନା ପାପ ପ୍ରଣୟକୁ,
ଲୁହକୁ ନା ହସକୁ,ସୁଖକୁ ନା ଦୁଃଖକୁ,
ତୁମେ କୁହ,
ଦୁଃଖ ପା ଏଠି ତୁମ ଚିରଦିନ ସାଥି
ତାକୁ ଦେଖି ତୁମର ଏତେ ଭୟ କାହିଁକି ?
ବର୍ଷାକୁ କହିଦେବି କି
ତୁମ ଦେହ ଦାହର ସାଜିବାକୁ
ପରିମାପକ,
ଜ୍ବାଳା
ଏଠି ବି ବିଷମୟ, ଅସରନ୍ତି ଏ ଯାତ୍ରା
କାହାକୁ ଭୟ ଲାଗେନି
ମତେ ବି ଲାଗେ ଭୟ
ପାନ୍ଥନିବାସର ଭଙ୍ଗାଚଟାଣରେ
କାଟିବାକୁ ରାତ୍ରି
ବାଦୁଡି, ଚେମୁଡ଼ି, ପେଚାଙ୍କ ଗହଣରେ