Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Drama Fantasy

5.0  

ବି. ନିରୁପମା

Drama Fantasy

ମହୋଦଧି ତୀରେ ଆରତି

ମହୋଦଧି ତୀରେ ଆରତି

1 min
491



ମହୋଦଧି ତୀରେ ଆରତି ,

ଦେଖୁଛନ୍ତି ଚାରି ମୂରତି....

କେଡ଼େ ଶୋଭାବନ ଏ ଦୁର୍ଲ୍ଲଭ ଦୃଶ୍ୟ

ପିତୃ ଆଳୟରେ ମାଆ ଅଛନ୍ତି ।


ରତ୍ନାକର ରତ୍ନର ଖଣି ,

ଅଛନ୍ତି ତ ସରବେ ଜାଣି...

ମନ୍ଥନ କରିକି ଦେବତା ଦାନବ

ଲଭିଥିଲେ ଯାହା ଅଛି କୀରତି ।

ମହୋଦଧି ତୀରେ ଆରତି....


ପଡ଼ିଦାତ୍ରୀ ତାଙ୍କରି କନ୍ୟା ,

ମାଆ ଲକ୍ଷ୍ମୀ ଗୁଣେ ଅନନ୍ୟା...

ଜଗତବାସୀଙ୍କ ଦାରିଦ୍ର୍ୟ ଦୂରେଇ

ଭରି ଦେଉଛନ୍ତି ଧନ, ସମ୍ପତ୍ତି ।

ମହୋଦଧି ତୀରେ ଆରତି...


ସିନ୍ଧୁରାଜ ରହିଲେ ସ୍ୱଚ୍ଛ ,

ଭାଗ୍ୟ ଆମ ହୋଇବ ଉଚ୍ଚ....

ବସୁଧାରେ ଶାନ୍ତି,ସଦ୍ଭାବ ବଢ଼ିବ

ଜୀଵନଟି ଯିବ ସୁଖରେ ବିତି ।

ମହୋଦଧି ତୀରେ ଆରତି....


ମହୋଦଧି ତୀରେ ଆରତି ,

ଦେଖୁଛନ୍ତି ଚାରି ମୂରତି....

କେଡ଼େ ଶୋଭାବନ ଏ ଦୁର୍ଲ୍ଲଭ ଦୃଶ୍ୟ

ପିତୃ ଆଳୟରେ ମାଆ ଅଛନ୍ତି ।

ମହୋଦଧି ତୀରେ ଆରତି ।।


Rate this content
Log in