"କ କ ର ....କ "
"କ କ ର ....କ "
"କ କ ର ....କ "
(ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ ,CRCC)
ଥରେ ଚଗଲା
ରୋଜଗାର କରି
ଦି' ପଇସା କମାଇବ ଭାବିଲା
ଏହି କଥା ଶୁଣି
ପରିବାର ତା'ର
କ କ ର ....କ ଡାକିଲା ।
ବଜାର ଉପରେ
ଦୋକାନଠୁ ଦୂରେ
କାଠ ଭାଡିଟେ ସଜ୍ଜିଲା
ଏ କଥା ଦେଖି
ବଣିକ ସଂଘ
କ କ ର... କ ଡାକିଲା ।
ଭାଡିଟି ଉପରେ
ତୈଳ ଚିତ୍ରର କୁକ୍କୁଟ ମୁକୁଟ
ପରାଏ ବସିଲା
ତାରି ମଧ୍ୟରେ ଚଗଲା
କ କ ର ....କ ଡାକିଲା ।
ସକାଳୁ ସଅଳ
ପୁଳାଏ ଧରି
ଭାଡ଼ିରେ ସଜାଇ ବସିଲା
ଜାଲିରେ ଥାଇ
ସେଥିରୁ ଗୋଟିଏ
କ କ ର .... କ ଡାକିଲା ।
ତା' ଡାକ ଶୁଣି
ଅନ୍ୟ ଗୋଟିଏ
କ କ ର .... କ ଡାକିଲା
ଦୁଃଖ କଲାନାହିଁ
ଯେବେ ଧକିଆ ସାଙ୍ଗକୁ
ଦାଢୁଆ କାତିର ଚୋଟ ଖାଇଲା ।
ସଜ ମୃତ୍ୟୁ ତାର
ସଜ ମାଂସ ତାର
ପଚା ସଢା କେବେ ନୋହିଲା
ପେଟର ଭୋକ ଓ
ଜିଭା ଲାଳସାକୁ
ସହଜେ ହଟାଇ ପାରିଲା ।
କ୍ଷୁଧାବେଳେ ଯେ,
ସାହା ହୋଇଥାଏ
ସେ ଅଟେ ନାରାୟଣ
ମୁଁ ବିଚରା କେବେ
ଏ ରୂପ ନେବି ଭାବି
କରୁଥିଲି ସୁମରଣ ।
ଜଣେ ମୃତ୍ୟୁ ମୋର
ଅନିର୍ବାଯ୍ୟ ଅଟେ
ମାଉଁସ ଖିଆଙ୍କ ପାଇଁ
ନିଜ ସାମନାରେ ରକ୍ତାତ କାତିରେ
କ କ ର ...କ କାହିଁ ପାଇଁ ?
ମାଉଁସ ଖିଆରେ
ମାଉଁସ ଖାଆ ତୁ
ପେଟ ତ ପୁରିଲେ ଗଲା
ହେଲେ ଆବଶ୍ୟକ ନେଇ
ଜନ୍ମଭୂମି ପାଇଁ ତୋ ଜୀବନ
କ କ ର .... କ କରିଲେ ହେଲା ।
********