Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

3  

Writer Roja Panda

Others

ଭିନ୍ନତା

ଭିନ୍ନତା

1 min
6.8K


ଭିନ୍ନତା

ରୋଜା ପଣ୍ଡା


ପୁରୁଷ କାନ୍ଦିଲେ ଦୁନିଆଁ ଚହଲିଯାଏ

ସ୍ତ୍ରୀ କାନ୍ଦିଲେ କେବଳ କଜ୍ବଳ ଦୁଇଧାର ବୋହିଯାଏ

ଅଶ୍ରୁ ସେଇ ଗୋଟିଏ, ମୂଲ୍ୟ କିନ୍ତୁ ଏକ ନୁହେଁ

ପାଣିର ଦୁଇ ବୁନ୍ଦାରେ ସତରେ କେତେ ଭିନ୍ନତା ଥାଏ


ପୁରୁଷ କିଛି କହିଲେ ଖୋଲା ମନରେ ଭାରି

ସ୍ତ୍ରୀ କିଛି କହିଦେଲେ ତାକୁ ଉତ୍ତର ମିଳେ

" ଓଃ ଭାରି କଥା କୁହାଳି"

ସମ୍ଭାଷଣ ସେଇ ଗୋଟିଏ , କଳା କିନ୍ତୁ ଏକ ନୁହେଁ

ଶବ୍ଦ ମଧ୍ୟ ଜାତିଭେଦକୁ ଆଡେଇ ନାହିଁ ପାରି


ପୁରୁଷ ଭୁଲ କାମ କଲେ କୁହାଯାଏ "ହଁ ଜୀବନରେ ଛୋଟ ଛୋଟ ଭୁଲ ହେଇଯାଏ"

କିନ୍ତୁ ସ୍ତ୍ରୀଟିଏ ଭୁଲ କଲେ ସତେ ଯେମିତି ଦୁନିଆଁ ରହିଯାଏ,ପାହାଡ ଖସିଯାଏ

ଦୋଷ ସେଇ ଗୋଟିଏ,ଶାସ୍ତି କିନ୍ତୁ ଏକ ନୁହେଁ

କ୍ଷମାର ଉଦାରଭାବନାରେ ମଧ୍ୟ ସତରେ ବହୁତ ଭିନ୍ନତା ଥାଏ


ପୁରୁଷ ଦ୍ୱିତୀୟ ବିବାହ କରି ମଧ୍ୟ ତା କାୟା ପବିତ୍ର ରହେ

କିନ୍ତୁ ସ୍ତ୍ରୀଟିଏ ଜୀବନର ପ୍ରତ୍ୟେକ ଅବସ୍ଥାରେ ଅଗ୍ନିପରୀକ୍ଷା ଦିଏ

କାୟା,ମନ,ବାକ୍ୟ ସବୁତ ଏକ, ଚିନ୍ତାଧାରା କିନ୍ତୁ ଏକ ନୁହେଁ

ପଵିତ୍ରତାର ଅମୃତ ଧାରାରେ ମଧ୍ୟ ବହୁତ କିଛି ଭିନ୍ନତା ଥାଏ


ପୁରୁଷଟିଏ ମରିଗଲେ ପୁରା ଘରଟି ଉଜୁଡ଼ିଯାଏ

ସ୍ତ୍ରୀଟିଏ ମରିଗଲେ ,ତା ଜାଗା ପୂର୍ଣ୍ଣ କରିବାପାଇଁ

ଆଉଜଣେ ଆସି ଘର ସଜାଏ

ମୃତ୍ୟୁ ସେଇ ଗୋଟିଏ,ଶୋକ କିନ୍ତୁ ଏକ ନୁହେଁ

ଜୀବନାବସ୍ଥାର ବିଷମତା ମୃତ୍ୟୁ ପରେ ମଧ୍ୟ ରହେ



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ,

ନେତାଜୀନଗର,ମଧୁପାଟଣା

କଟକ-୭୫୩୦୧୦

email-roja.saumya@gmail.com



Rate this content
Log in