Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

2  

Ranjan Kumar Brahma

Others

ବର୍ଷା My ଡା଼ର୍ଲିଙ୍ଗ

ବର୍ଷା My ଡା଼ର୍ଲିଙ୍ଗ

1 min
1.0K


କାଗଜର ଡଙ୍ଗାରେ କିଛି ଲେଖି

ପରସ୍ପରକୁ ବଢାଇବା ପରେ

ଆହୁରି କିଛି ଅଲେଖା ରହିଗଲା ।

ତାହା ସବୁ କ'ଣ ଜାଣିଛ ? (1)


ଭଦ୍ରବରେ ଦୁହେଁ କଥା ହୋଇ

ପରସ୍ପରକୁ bye କହିବା ପରେ

ଆହୁରି କିଛି କହିବାକୁ ବାକିଥିଲା ।

ତାହାସବୁ କ'ଣ ଜାଣିଛ ? (2)


ଏକା ଏକା ଚଇତ୍ର ପରେ ବଇଶାଖ,

ଜେଇଷ୍ଟ ନିଛାଟିଆ ସ୍ଥାନରେ

ଡହଳ ବିକଳିଆ ଥୁଣ୍ଟା ଗଛ ପଶୁ ପକ୍ଷୀଙ୍କୁ ଦେଖି

କ'ଣ ଯେ ଭାବି ଥିବି ଜାଣି ପାରୁଛ ? (3)


ରାସ୍ତା କଡରେ

ହାଣ୍ଡି ମାଠିଆର ଲମ୍ବା ଧାଡି

ମାଇପିଙ୍କ ଠେଲାପେଲା ହୋହଲ୍ଲା

ଉପର ଘର ଭଡ଼ାଟିଆର ଅବସ୍ଥା

ଘର ଓ ଦେଶର ସବୁ ମରଦ ବଦନାମ ।

କ'ଣ ସବୁ ବୁଝି ପାରୁଛ ? (4)


ଓଃ ଡାର୍ଲିଙ୍ଗ ,

ସବୁ ଜାଣି ଅଜାଣି ରହିଲେ

ମୁଁ କିମିତି କହିବି ଭାବୁଛ ।

କଥା ଅନୁସାରେ ଆସିବି କହି

କୁହ ତୁମେ କି ସେପରି ଆସୁଛ ?

ଏମିତି ନ କହି ସେମିତି କହୁଛ

ତୁମେବି ବର୍ଷାକୁ ଭାରି ଡ଼ରୁଛ । (5)


********

( ରଞ୍ଜନ କୁମାର ବ୍ରହ୍ମା

ଶିକ୍ଷକ ସି ଆର ସି ସି

ଚିକିଟୀ ଗଡ଼ )


Rate this content
Log in