ଦର୍ଶନେ ମୋ ପ୍ରିୟତମା |
ଦର୍ଶନେ ମୋ ପ୍ରିୟତମା |
ମଧୁର ଲଳିତା ଦର୍ଶନେ
ଆସେ ନୀଳ ଆକାଶେ ,
ଧବଳ ଜଳଦ ଧାରିଣ
ବସି ପରମ ଉଲାସେ ।
ନିରୀକ୍ଷଣ କଲି ମୁଁ ସୁସ୍ଥିରେ
କ୍ଷଣ ସୁର ନୟନୀ ,
ନିରୁପମ ରୂପ ଧାରିଣ
ହସେ ଏକ ସୁନ୍ଦର ତରୁଣୀ ।
ସେ ମର ଅମର ମିଳନ
ଲଳିତା ଦର୍ଶନ କରି,
ସୁର ବିଦ୍ୟାଧରୀ ସୁବର୍ଣ୍ଣ
ସତେକି ବୀଣା ଶ୍ରୀକରେ ଧରି ।
ଜ୍ୟୋଛନ୍ନା ହିଲ୍ଲୋଳେ ବିଳାସୀ
ନୃତ୍ୟ କଲେକ ରଙ୍ଗେ,
ନାଚିଣ ଉଠିଲା ହୃଦୟ
ମହାନଦୀ ତୁଙ୍ଗ ତରଙ୍ଗେ ।
ପ୍ରେମେ ବଜାଇଲେ ବାଂସୁରୀ
ସୁରସୁନ୍ଦରୀ ଗଣ,
ଗାଇଲେ ପ୍ରେମର ସଙ୍ଗୀତ
ମନ କଲେ ହରଣ ।
ସୁନ୍ଦରୀ ଶ୍ୟାମାଙ୍ଗୀ ରମଣୀ
ମଣ୍ଡେ ନିରଜ କାନ୍ତି ,
ଜନ୍ମାଇଲା ମୋ ନୟନେ
ନବ ନିରଜ ଭ୍ରାନ୍ତି ।
ଅମଳ ଶ୍ୟାମଳ ରୁପସୀ
ମଞ୍ଜୁ ତନୁର ଛଟା,
ଜିଣିଲା ନିହାରସ୍ପୋଟାରେ
ମନୋହାରୀଣି ଘଟା।
ସେ ଅପୂର୍ବ ଯୁବତୀର
ଅପରୂପ ମାଧୁରୀ,
ପ୍ରବହଇ ଭାସିଲା ହୃଦୟ
ଯେହ୍ନେ ଉଡେ ମୟୂରୀ ।
କଳୁଷ କାଳିମା ଅନ୍ତରୁ
ହୋଇଯାଉ ଅନ୍ତର ,
ବାଜିଲା ହୃଦୟ ବିଣାରେ
ତାର ପ୍ରେମ ମନ୍ତର ।