Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan barik

Others

3  

Jyotiranjan barik

Others

ମା ତମେ ଆସିବ

ମା ତମେ ଆସିବ

1 min
361



ତମେ ପା ଏବେ ଅଧା ଗଢ଼ା ମୂର୍ତ୍ତିଟିଏ ! 

ଏତେ ବ୍ୟସ୍ତ କାଇଁ , ଜୀବନ୍ୟାସ ପାଇବାକୁ 

ତୁମକୁ ସମୂର୍ଣ୍ଣ କରି ଗଢିବାକୁ ତ 

ଆହୁରି ଅନେକ ବାକି ଅଛି , 


ତମେ ଦେବୀଟିଏ ହବ 

ପୂଜା ହବ , ଆଶୀର୍ବାଦ ଦବ ,

ଲକ୍ଷ ଲକ୍ଷ ଭକ୍ତଙ୍କୁ ଏକାଠି କରି ପୂର୍ଣ୍ଣାହୁତି ବି ଦବ

ଗାଁ ରୁ ସହର ଯାଏ ସବୁଠି ହୁରୀ ପଡିବ 

ମା ଆସିଛନ୍ତି , ମା ଆସିଛନ୍ତି 

ସେଇଥି ପାଇଁ ତ ଏବେଠୁ ଜନ୍ମ ନେଲେଣି କାସତଣ୍ଡି 

ମଝିରେ ମଝିରେ ମେଘ ବି ଉପରୁ ରଡି କରୁଛି 

ମା ଆସୁଛନ୍ତି ,ମା ଆସୁଛନ୍ତି !! 


କୋଉଠି ଚାନ୍ଦିରେ ଝଲସିବ ତ କୋଉଠି ସୁନାରେ 

କୋଉଠି ସୁନାର ମୟୁର ଥିବା ମୁକୁଟ ପିନ୍ଧିବ ତ 

କୋଉଠି ଲାଗିଥିବ ଖଣ୍ଡ ଖଣ୍ଡ ହୀରା ଖଣ୍ଡ ,

ତୁମେ ପାଦ ଥୋଇଲେ ମାଟିରେ 

ପାପି ଦାନବଙ୍କ ହବ କ୍ଷୟ 

ଥରିବ ଭୂଖଣ୍ଡ ,,  

 

ମାତ୍ର କିଛି ଦିନ ତୁମ ଯାତ୍ରା 

ତାପରେ ସରିଯିବ ! 

ପଞ୍ଜାବୀ ଭାଙ୍ଗଡ଼ା , ସିଂହ ମାଦଳ , ଘଣ୍ଟି ଘଣ୍ଟ ଝାଞ୍ଜ ରେ 

ଲକ୍ଷ ଲକ୍ଷ ଭକ୍ତ ମେଳରେ 

ସାଂସ୍କୃତିକ ସଭା କାର୍ଯ୍ୟରେ ,

ତୁମେ ବିସର୍ଜନ ହେଇଯିବ !!


ତମେ ଆସିବ !! 

ହଁ , ନିଶ୍ଚୟ ଆସିବ !!


          


Rate this content
Log in