Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational Others

3  

Prasanna Kumar Madala

Inspirational Others

ଗାଆଁର କଥା

ଗାଆଁର କଥା

1 min
9.9K


ଲୁହକୁ ଜକେଇ କିପାଇଁ କକେଇ

ମଉନେ ପୋତିଛ ମଥା

ଅବସର ପରେ ଆସିବ ତ ଘରେ

ଶୁଣ ଆଜି ଗାଆଁ କଥା ।

ସେ ବାଡ଼ି କଦଳୀ ନାହିଁ ହେ ବଦଳି

ଗଲାଣି ସେ ଭିଟାମାଟି

ଆଉ ବାରମାସ ହେଉନାହିଁ ଚାଷ

ବିଲ ପଡିଅଛି ଫାଟି ।

ସୁଦାମ ଗୁଡିଆ ଉତାରି କୁଡିଆ

ଉପର ଚାଳ ଛପର

କେବେଠାରୁ ପରା ଛାଣୁନାହିଁ ବରା

କଲାଣି କଂକ୍ରିଟ ଘର ।

ବଦଳିଲା କାଳ ଝାଟିମାଟି ଚାଳ

ଛାଡିଲାଣି ରୂପା ବୋଉ

ମିଳିଛି ଏଥର ସରକାରୀ ଘର

ତୁଠେ ଲୁଗା ଧୋଉ ଧୋଉ ।

ଦେଖ ତାର ଭାଉ ହେମନାନୀ ଆଉ

ଜମା ଭାଜୁନାହିଁ ମୁଢି

ବାବୁଆଣୀ ପରି ଦୋକାନଟେ କରି

ହେଲାଣି ପାକଲା ବୁଢ଼ୀ ।

ନଣନ୍ଦଙ୍କ ତୁଲେ ଗାଆଁ କୂଅ ମୂଳେ

ଆଣିବାର ପାଇଁ ଜଳ

ନୂଆବୋହୂ କାହିଁ ଏବେ ଯାଉନାହିଁ

ଘରେ ଲାଗିଲାଣି କଳ ।

ବାତ ଅନୁକୂଳ ଯନ୍ତ୍ର ହେଲା ଠୁଳ

ଅନେକଙ୍କ ଘରେ ଆଜି

ଗ୍ରୀଷ୍ମ କାଳ ରାତି ହେଲେ ଶେଯ ପାତି

ଦାଣ୍ଡେ କେ ସହିବ ଝାଞ୍ଜି !

ଟଙ୍କାକେ ଚାଉଳ ହେଲାଣି ତ ମୂଳ

ଢିଙ୍କି କୁଟିବ ବା କିଏ

ଟିକେ ଟାଉଟରି ରାଜନୀତି କରି

ଭଲେ ଜୀଇଁଲାଣି ଯିଏ ।

ଏକୋଇର ବଳା ଚାକିରି ତ କଲା

ମୂଲିଆ ମିଳିବେ କାହୁଁ

ହାତରୁ ବଳିଲା ବିଜୁଳି ଜଳିଲା

ଦିନସାରା ଚାହୁଁ ଚାହୁଁ ।

ଆମେ ଟୋକା ଦଳ ହୋଇଛୁ ସ୍ବଚ୍ଛଳ

ସହରୀଠୁ ଦୁଇ ଗୁଣା

ଛାଡ଼ ସବୁ ଭୟ ହୁଅ ଏବେ ଥୟ

ନକର ହେ ମନ ଊଣା ।


ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational