ସ୍ମୃତିଗୁଡ଼ା କାହିଁ ଆଜି
ସ୍ମୃତିଗୁଡ଼ା କାହିଁ ଆଜି
ସ୍ମୃତିଗୁଡ଼ା କାହିଁ ଆଜି
ବିକ୍ଷିପ୍ତ ଭାବେ
ବ୍ୟସ୍ତ ବିବ୍ରତ କରିପକାଏ
ବୋଧହୁଏ ଚେଷ୍ଟାକରେ
ମୋ ଠାରୁ ଦୂରେଇ ଯିବାକୁ
ତୁମ ଚାଲିଯିବାର
ଅଭିମାନରେ……… ||
ହେଲେ ମୁଁ ଛାଡ଼େନା
ଖୁବ୍ ସନ୍ତର୍ପଣରେ ଜଡ଼େଇ ଧରେ
ତୋଳିବାକୁ ସେଇ ଉଜୁଡ଼ା ବାଲିଘର
ଶବ୍ଦର ଶିଳାରେ
ଲେଖନୀର ତୀକ୍ଷ୍ଣ ନିହାଣ ମୁନରେ
ବିନା ସ୍ବାର୍ଥରେ
ବିନା କିଛି ସମ୍ମୋହନରେ
କେବଳ ମାତ୍ର
କିଛି ପ୍ରତିଶ୍ରୁତିକୁ ପୂର୍ଣ୍ଣ କରିବାରେ………||