Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Inspirational

2.1  

Prasant Kumar Nath

Inspirational

ଚଳନ୍ତି ଦେବତା

ଚଳନ୍ତି ଦେବତା

1 min
14K


ବାପା ଓ ମାଆଙ୍କୁ ପର କରି ତୁମେ

ମନ୍ଦିରକୁ ଯାଅ ଧାଇଁ

ଭାବୁଛ ମନ୍ଦିରେ ପୁଜିଲେ ଦିଅଁଙ୍କୁ

ପାପ ତୁମ ଯିବ ଧୋଇ ।

ଭୋକ ଉପାସରେ ବାପା ମାଆ ତୁମ,

ମନ୍ଦିରେ ଲଗାଅ ଭୋଗ

ଭାବୁଅଛ ତୁମେ ଭୋଗ ଲଗାଇଲେ

ବଦଳିବ ତୁମ ଭାଗ୍ୟ ।

ଘରେ ଗାଳି ଦେଇ ପିତା ମାତାଙ୍କୁ ଯେ

ମନ୍ଦିରେ ବୋଲୁଛ ଶ୍ଳୋକ

ଭାବୁଛ ମନରେ ଶ୍ଳୋକ ବୋଲିଦେଲେ

ହରଣ ହୋଇବ ଦୁଃଖ ।

ଭାବୁଅଛ ମନେ ପ୍ରଭୁ କୃପା ପାଇ

ପାଇବ ଜୀବନେ ଖୁସି

ଧନ ସମ୍ପତ୍ତିରେ ପୁରି ଯିବ ଘର

ଅୟସ କରିବ ବସି ।

ଦିନଟିଏ ବାପା ମାଗିନାହିଁ କିଛି

ଠାକୁରଙ୍କୁ ଲାଞ୍ଚ ଦିଅ

ଚଳନ୍ତି ଦେବତା ପିତାମାତା ଆମ

ତାଙ୍କୁତ ଆଦରି ଦିଅ ।

ତାଙ୍କ ଆଶୀର୍ବାଦ ମିଳୁଥିବ ଯଦି

ଜୀବନେ ହାରିବ ନାହିଁ

ଜୀବ ଥିବାଯାଏ ସେମାନଙ୍କ ଋଣ

ସୁଝିତ ପାରିବ ନାହିଁ ।


Rate this content
Log in